Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶିକ୍ଷକ ବଦଳି ପାଇଁ ଖୋଲିଲା ଅନଲାଇନ୍ ପୋର୍ଟାଲ

Posted on November 30, 2025

ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡ଼ିଶା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଚିଠି ଜାରି କରିଛି। ଜିଲ୍ଲା ଭିତରେ ବଦଳି ପାଇଁ ନଭେମ୍ବର ୨୮ରୁ ଡିସେମ୍ବର ୨୫ ପର୍ଯ୍ୟନ୍ତ ଅନଲାଇନ୍‌ରେ ଆବେଦନ କରିପାରିବେ ପ୍ରାଥମିକ ଶିକ୍ଷକମାନେ। ସମସ୍ତ ପ୍ରକ୍ରିୟା ୨୫ ଡିସେମ୍ବର ୨୦୨୫ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ମିଳିଛି।

ଏପରିକି, ଏବେ ସୁପାରିସ୍‌ରେ ଶିକ୍ଷକ ବଦଳି ହେବ ନାହିଁ। ବିଧାୟକ ଓ ସାଂସଦଙ୍କୁ ଦିଆଯାଇଥିବା ବଦଳି କ୍ଷମତାକୁ ହାଇକୋର୍ଟ ବାତିଲ୍ କରିଦେଇଛି। ଶିକ୍ଷା ବ୍ୟବସ୍ଥାରେ ରାଜନୈତିକ ହସ୍ତକ୍ଷେପ ଅଯୋଗ୍ୟ ବୋଲି କୋର୍ଟ ସ୍ପଷ୍ଟ କରିଛି। ବିରୋଧୀ ଏହି ରାୟକୁ ସ୍ବାଗତ କରିଛନ୍ତି, ଯେବେକି ମନ୍ତ୍ରୀ କହିଛନ୍ତି—ଏପରେ ବଦଳି ପ୍ରକ୍ରିୟା ଅଧିକ ସ୍ବଚ୍ଛ ହେବ।

କୋର୍ଟ ଆହୁରି କହିଛି, ଯେ ଯେଉଁ ଶିକ୍ଷକମାନେ ବଦଳି ପରେ ନୂତନ ସ୍ଥାନରେ ଯୋଗ ଦେଇଛନ୍ତି, ସେମାନେ ଚାଲୁ ଶିକ୍ଷାବର୍ଷ ଶେଷ ପର୍ଯ୍ୟନ୍ତ ସେଠାରେ ରହିବେ। ପରବର୍ତ୍ତୀ ଶିକ୍ଷାବର୍ଷ ଆରମ୍ଭର ୭ ଦିନ ଭିତରେ ପୂର୍ବତନ ନିଯୁକ୍ତି ସ୍ଥାନକୁ ଫେରିବାକୁ ପଡ଼ିବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme