Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

Posted on November 23, 2025

ସ୍ୱାମୀ ଆରପାରିକୁ ଚାଲି ଯାଇଥିଲା । ଶ୍ୱଶୁର ଘର ଲୋକଙ୍କ ସହ ମନୋମାଳିନ୍ୟ ହେବାରୁ ପୁଅ ସହ ବାପଘରେ ରହୁଥିଲେ । ଆଜି ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ । ଦେବଗଡ଼ ଜିଲ୍ଲା ଲୋଇମୁରା ଥାନା ଅନ୍ତର୍ଗତ ବଜାର ସାହି ଘର ନିକଟସ୍ଥ ଜଙ୍ଗଲରୁ ଜଣେ ମହିଳାଙ୍କର ମୃତଦେହ ଉଦ୍ଧାର ହୋଇଛି । ମହିଳା ଜଣଙ୍କ ହେଉଛନ୍ତି ୩୨ ବର୍ଷୀୟ ପ୍ରତିମା ମାଝୀ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଲଇମୁରା ଗାଁ ବଜାର ସାହିର କେଶନ ମାଝିଙ୍କ ଝିଅ ପ୍ରତିମା ମାଝୀ । ପ୍ରତିମାଙ୍କ ସ୍ୱାମୀଙ୍କର ମୃତ୍ୟୁ ପରେ ଶ୍ୱଶୁର ଘର ଲୋକଙ୍କ ସହ ମନୋମାଳିନ୍ୟ ହେବାରୁ ସେ ତାଙ୍କ ପୁଅକୁ ଧରି ବାପଘରକୁ ଚାଲି ଆସିଥିଲେ । ପ୍ରତିମା ନିକଟସ୍ଥ ଡୁରୀଜଙ୍ଗଲ ଗ୍ରାମରେ ବିବାହ କରିଥିଲେ । ପ୍ରାୟ ୫ ବର୍ଷ ହେଲା ଆସି ବାପା ଘରେ ରହୁଥିଲେ ପ୍ରତିମା । ଶନିବାର ପ୍ରତିମାଙ୍କ ମୃତଦେହ ତାଙ୍କ ଘର ପାଖ ଜଙ୍ଗଲରେ ପଡିଥିବାର ଦେଖି ଲୋକେ ପୁଲିସକୁ ସୂଚନା ଦେଇଥିଲେ ।

ପ୍ରତିମାଙ୍କ ମୋବାଇଲ ଫୋନ ତାଙ୍କ ପାଖରେ ନଥିବା ବେଳେ ସିମ୍ କାର୍ଡଟି ମୃତଦେହ ନିକଟରୁ ମିଳିଥିଲା । କେହି ତାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପରିବାର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୁଲିସ ମୃତଦେହ ଉଦ୍ଧାର କରିଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ପୁଲିସ୍ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ କରିଛି । ମୃତଦେବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଦେବଗଡ଼ ଅଣାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme