Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

Posted on November 23, 2025

ସ୍ୱାମୀ ଆରପାରିକୁ ଚାଲି ଯାଇଥିଲା । ଶ୍ୱଶୁର ଘର ଲୋକଙ୍କ ସହ ମନୋମାଳିନ୍ୟ ହେବାରୁ ପୁଅ ସହ ବାପଘରେ ରହୁଥିଲେ । ଆଜି ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ । ଦେବଗଡ଼ ଜିଲ୍ଲା ଲୋଇମୁରା ଥାନା ଅନ୍ତର୍ଗତ ବଜାର ସାହି ଘର ନିକଟସ୍ଥ ଜଙ୍ଗଲରୁ ଜଣେ ମହିଳାଙ୍କର ମୃତଦେହ ଉଦ୍ଧାର ହୋଇଛି । ମହିଳା ଜଣଙ୍କ ହେଉଛନ୍ତି ୩୨ ବର୍ଷୀୟ ପ୍ରତିମା ମାଝୀ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଲଇମୁରା ଗାଁ ବଜାର ସାହିର କେଶନ ମାଝିଙ୍କ ଝିଅ ପ୍ରତିମା ମାଝୀ । ପ୍ରତିମାଙ୍କ ସ୍ୱାମୀଙ୍କର ମୃତ୍ୟୁ ପରେ ଶ୍ୱଶୁର ଘର ଲୋକଙ୍କ ସହ ମନୋମାଳିନ୍ୟ ହେବାରୁ ସେ ତାଙ୍କ ପୁଅକୁ ଧରି ବାପଘରକୁ ଚାଲି ଆସିଥିଲେ । ପ୍ରତିମା ନିକଟସ୍ଥ ଡୁରୀଜଙ୍ଗଲ ଗ୍ରାମରେ ବିବାହ କରିଥିଲେ । ପ୍ରାୟ ୫ ବର୍ଷ ହେଲା ଆସି ବାପା ଘରେ ରହୁଥିଲେ ପ୍ରତିମା । ଶନିବାର ପ୍ରତିମାଙ୍କ ମୃତଦେହ ତାଙ୍କ ଘର ପାଖ ଜଙ୍ଗଲରେ ପଡିଥିବାର ଦେଖି ଲୋକେ ପୁଲିସକୁ ସୂଚନା ଦେଇଥିଲେ ।

ପ୍ରତିମାଙ୍କ ମୋବାଇଲ ଫୋନ ତାଙ୍କ ପାଖରେ ନଥିବା ବେଳେ ସିମ୍ କାର୍ଡଟି ମୃତଦେହ ନିକଟରୁ ମିଳିଥିଲା । କେହି ତାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପରିବାର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୁଲିସ ମୃତଦେହ ଉଦ୍ଧାର କରିଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ପୁଲିସ୍ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ କରିଛି । ମୃତଦେବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଦେବଗଡ଼ ଅଣାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme