Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହୀରାକୁଦରେ ଦ୍ରୁତ ଗତିରେ ବଢ଼ୁଛି ପର୍ଯ୍ୟଟନ ସୁବିଧା: ବଡ଼ ହୋଟେଲ, କ୍ରୁଜ୍ ଟର୍ମିନାଲ ଓ ହାଉସବୋଟ ପାଇଁ ମିଳିଲା ଏନଓସି

Posted on November 20, 2025

ହୀରାକୁଦକୁ ଆଧାର କରି ବଡ଼ ପର୍ଯ୍ୟଟନ ଆୟୋଜନ ସୃଷ୍ଟି ପାଇଁ ଜଳସମ୍ପଦ ବିଭାଗ ଦ୍ୱାରା ଏକ ଶୃଙ୍ଖଳାଗତ ଏନଓସି ଜାରି ହୋଇଛି। ସିଙ୍ଗିଲ ୱିଣ୍ଡୋ ସିଷ୍ଟମ୍‌ ମାଧ୍ୟମରେ ୨୦ ଜଣ ହୋଟେଲ ବ୍ୟବସାୟୀ ହୀରାକୁଦ ଅଞ୍ଚଳରେ ହୋଟେଲ ଗଠନ ପାଇଁ ଆବେଦନ କରିଥିବାବେଳେ ତାହାକୁ ଅନୁମୋଦନ ମିଳିଛି।

ଡ୍ୟାମ ଅଞ୍ଚଳରେ ପର୍ଯ୍ୟଟନ ଉନ୍ନୟନ ପାଇଁ କ୍ରୁଜ୍ ଚଳାଚଳ, କ୍ରୁଜ୍ ଟର୍ମିନାଲ ନିର୍ମାଣ, ଲେଜର ମ୍ୟୁଜିକ ସୋ, ଆରାଇଭାଲ ପ୍ଲାଜା ଏବଂ ଡ୍ୟାମ୍ ମ୍ୟୁଜିଅମ ପାଇଁ ପର୍ଯ୍ୟଟନ ବିଭାଗକୁ ଜଳ ସମ୍ପଦ ବିଭାଗ ଏନଓସି ଦେଇଛି।

ଝାଙ୍କରାଣୀ ମନ୍ଦିର ପଛପଟ ଅଞ୍ଚଳରେ ଲେଜର ମ୍ୟୁଜିକ ସୋ ପାଇଁ ଜମି ଚିହ୍ନଟ ହୋଇଛି। ରାଇଟ ଡାଇକର ଡାହାଣ ପଟେ ହୋଟେଲ ନିର୍ମାଣ ଅନୁମତି ମିଳିଥିବାବେଳେ ବୁର୍ଲା ଓଏଚପିସି ଏବଂ ବୁର୍ଲା ପାୱାର ହାଉସ ନିକଟରେ ଆରାଇଭାଲ ପ୍ଲାଜା ପାଇଁ ମଧ୍ୟ ପର୍ମିଶନ ଦିଆଯାଇଛି।

ରାଇଟ ଡାଇକ ଡାହାଣ ପାର୍ଶ୍ୱରେ କ୍ରୁଜ୍ ଟର୍ମିନାଲ ନିର୍ମାଣ ପାଇଁ ଅନୁମତି ମିଳିଛି। ଜଳ ଭଣ୍ଡାରରେ ହାଉସବୋଟ ପରିଚାଳନା ପାଇଁ ବିକାଶ ଗ୍ରୁପକୁ ସିଙ୍ଗିଲ ୱିଣ୍ଡୋ କମିଟି ଅନୁମୋଦନ କରିଛି। ବିକାଶ ବେଫ୍ରଣ୍ଟ ରିଟ୍ରିଟ୍ ଫ୍ଲାଇଭେଟ୍ ଲିମିଟେଡକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁମତି ମିଳିଛି।

ୱାଟର ସ୍ପୋର୍ଟ୍ସ ଓ ଜେଟସ୍କି ପାଇଁ ମୁରଲୀ କ୍ରୀଷ୍ଣାଙ୍କ କମ୍ପାନୀ ମଧ୍ୟ ଆବେଦନ କରିଥିଲେ, କିନ୍ତୁ କେବଳ ହାଉସବୋଟ ପରିଚାଳନା ପାଇଁ ମାତ୍ର ଅନୁମତି ମିଳିଛି।

୨୦୨୨ ଟୁରିଜିମ ପଲିସି ଅନୁସାରେ ହାଉସବୋଟ ପ୍ରକଳ୍ପ ପାଇଁ କମ୍ପାନୀକୁ ୩୦ ପ୍ରତିଶତ ସବସିଡି ପ୍ରଦାନ କରିବାକୁ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme