Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଖୋଜାପଲ୍ଲୀ ଗ୍ରାମରୁ ୩ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର

Posted on September 27, 2025

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଖୋଜାପଲ୍ଲୀ ଗ୍ରାମରୁ ବଜ୍ରକାପ୍ତା ଉଦ୍ଧାର। ଖଲ୍ଲିକୋଟ ବନ କର୍ମଚାରୀମାନେ ବଜ୍ରକାପ୍ତାଟିକୁ ଉଦ୍ଧାର କରି ଖଲ୍ଲିକୋଟ ବନାଞ୍ଚଳର ଏକ ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇଛନ୍ତି। ଏହାର ଓଜନ ପ୍ରାୟ ୩ କିଲୋ ହୋଇଥିବା ବେଳେ ଲମ୍ବ ଦୁଇ ଫୁଟ ହେବ ବୋଲି ଜଣାପଡିଛି।

ଶୁକ୍ରବାର ବିଳମ୍ଵିତ ରାତି ପ୍ରାୟ ଗୋଟାଏ ବେଳେ ଖୋଜାପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଏକ ବଜ୍ରକାପ୍ତା ପଶି ଯାଇଥିଲା। ଏହା ଦେଖି ଘର ପରିବାର ଲୋକେ ଭୟଭୀତ ହେବା ସହ ବନ ବିଭାଗକୁ ଖବର ଦେଇଥିଲେ। ଖଲ୍ଲିକୋଟ ବନ କର୍ମଚାରୀମାନେ ପହଞ୍ଚି ବଜ୍ରକାପ୍ତାଟିକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟକୁ ନେଇ ଆସିଥିଲେ। ଆଜି ଭୋର ପ୍ରାୟ ୪ ଟା ସମୟରେ ବନାଞ୍ଚଳ ଅଧିକାରୀ ତଥା ଏସିଏଫ ଦିବ୍ୟ ଶଙ୍କର ବେହେରାଙ୍କ ତତ୍ତ୍ଵାବଧାନରେ ଫରେଷ୍ଟର ନୀଳମାଧବ ଜେନା, ସନ୍ତୋଷ ବେହେରା, ସନ୍ତୋଷ ମଲ୍ଲିକ ଓ ଫରେଷ୍ଟ ଗାର୍ଡ ରଜେଶ୍ୱର ବେହେରା ପ୍ରମୁଖ ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟିକୁ ଖଲ୍ଲିକୋଟ ବନାଞ୍ଚଳର ଏକ ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇଥିଲେ। ତେବେ ଉଦ୍ଧାର ବଜ୍ରକାପ୍ତାଟିର ଓଜନ ପ୍ରାୟ ୩ କିଲୋ ହୋଇଥିବା ବେଳେ ଲମ୍ବ ଦୁଇ ଫୁଟ ହେବ ବୋଲି ଜଣାପଡିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଟ୍ରକ୍ ସହ ଧକ୍କା ହେଲା ସ୍କୁଟି, ଦୁଇ ମହିଳା ଆହତ
  • ହାତୀ ଛୁଆକୁ ନେଉନି ମାଆ, ମଣିଷ ଛୁଇଁଥିବା ଭାବି ଦଳକୁ ଫେରିପାରୁନି ହାତୀ ଛୁଆ
  • ଅଧିବେଶନ ପୂର୍ବରୁ ମୋଦୀ କହିଲେ, ‘ଏହା ବିଜୟର ଅହଙ୍କାର କିମ୍ବା ନାଟକ କରିବାର ସ୍ଥାନ ନୁହେଁ’
  • କମିବ ଥଣ୍ଡାର ପ୍ରକୋପ; ଆଗାମୀ ୪ଦିନ ବଢିବ ରାତି ତାପମାତ୍ରା
  • ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (284)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (60)
  • ରାଜ୍ୟ (905)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme