Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଖୋଜାପଲ୍ଲୀ ଗ୍ରାମରୁ ୩ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର

Posted on September 27, 2025

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଖୋଜାପଲ୍ଲୀ ଗ୍ରାମରୁ ବଜ୍ରକାପ୍ତା ଉଦ୍ଧାର। ଖଲ୍ଲିକୋଟ ବନ କର୍ମଚାରୀମାନେ ବଜ୍ରକାପ୍ତାଟିକୁ ଉଦ୍ଧାର କରି ଖଲ୍ଲିକୋଟ ବନାଞ୍ଚଳର ଏକ ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇଛନ୍ତି। ଏହାର ଓଜନ ପ୍ରାୟ ୩ କିଲୋ ହୋଇଥିବା ବେଳେ ଲମ୍ବ ଦୁଇ ଫୁଟ ହେବ ବୋଲି ଜଣାପଡିଛି।

ଶୁକ୍ରବାର ବିଳମ୍ଵିତ ରାତି ପ୍ରାୟ ଗୋଟାଏ ବେଳେ ଖୋଜାପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଏକ ବଜ୍ରକାପ୍ତା ପଶି ଯାଇଥିଲା। ଏହା ଦେଖି ଘର ପରିବାର ଲୋକେ ଭୟଭୀତ ହେବା ସହ ବନ ବିଭାଗକୁ ଖବର ଦେଇଥିଲେ। ଖଲ୍ଲିକୋଟ ବନ କର୍ମଚାରୀମାନେ ପହଞ୍ଚି ବଜ୍ରକାପ୍ତାଟିକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟକୁ ନେଇ ଆସିଥିଲେ। ଆଜି ଭୋର ପ୍ରାୟ ୪ ଟା ସମୟରେ ବନାଞ୍ଚଳ ଅଧିକାରୀ ତଥା ଏସିଏଫ ଦିବ୍ୟ ଶଙ୍କର ବେହେରାଙ୍କ ତତ୍ତ୍ଵାବଧାନରେ ଫରେଷ୍ଟର ନୀଳମାଧବ ଜେନା, ସନ୍ତୋଷ ବେହେରା, ସନ୍ତୋଷ ମଲ୍ଲିକ ଓ ଫରେଷ୍ଟ ଗାର୍ଡ ରଜେଶ୍ୱର ବେହେରା ପ୍ରମୁଖ ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟିକୁ ଖଲ୍ଲିକୋଟ ବନାଞ୍ଚଳର ଏକ ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇଥିଲେ। ତେବେ ଉଦ୍ଧାର ବଜ୍ରକାପ୍ତାଟିର ଓଜନ ପ୍ରାୟ ୩ କିଲୋ ହୋଇଥିବା ବେଳେ ଲମ୍ବ ଦୁଇ ଫୁଟ ହେବ ବୋଲି ଜଣାପଡିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme