Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଏଚ୍‌ପି ଗ୍ୟାସ୍‌ ଫିଲିଂ ଷ୍ଟେଶନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ

Posted on November 14, 2025

ରାୟଗଡ଼ାସ୍ଥିତ ଏଚ୍‌ପି ଗ୍ୟାସ୍‌ ଫିଲିଂ ଷ୍ଟେଶନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରାୟଗଡ଼ା ବ୍ଲକ ପିତାମହଲ ଗ୍ରାମ ନୀର ବିଶ୍ୱାଳଙ୍କ ପୁଅ ଆଲୋକ। ସେ ଏଚ୍‌ପି ଫିଲିଂ ଷ୍ଟେଶନରେ ଶ୍ରମିକ ଭାବେ କାମ କରୁଥିଲେ। କିଛିଦିନ ହେଲା ସେ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହିତ ଅସୁସ୍ଥ ଥିଲେ ବୋଲି ଜଣାପଡ଼ିଛି। ତେବେ ଗତ ୫ ତାରିଖରେ ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ୩ ଦିନ ରହିବା ପରେ ଆଲୋକଙ୍କ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ୮ ତାରିଖରେ ବ୍ରହ୍ମପୁର ମେଡିକାଲକୁ ରେଫର୍‌ କରଯାଇଥିଲା। ଗୁରୁବାର ବ୍ରହ୍ମପୁରରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଆଲୋକଙ୍କୁ କ୍ଷତିପୂରଣ ଦାବିରେ ଏଚ୍‌ପି ଫିଲିଂ ଷ୍ଟେଶନରେ କାର୍ଯ୍ୟରତ କର୍ମଚାରୀମାନେ ଧାରଣା ଦେଇଛନ୍ତି।
ପ୍ରକାଶ ଥାଉକି, ପୂର୍ବରୁ ଜଣେ ସୁରକ୍ଷା କର୍ମଚାରୀ କମ୍ପାନୀ ଫାଟକ ସମ୍ମୁଖରେ ଡ୍ୟୁଟିରେ ଥିବା ବେଳେ ଦୁର୍ଘଟଣାରେ ତାଙ୍କର ହାତ କଟିଯାଇଥିଲା। ଦୀର୍ଘ ୩ ବର୍ଷ ପରେ ମଧ୍ୟ ତାଙ୍କୁ ଇଏସ୍‌ଆଇ ପକ୍ଷରୁ କିମ୍ବା ସଂପୃକ୍ତ ଠିକାଦାର ଏବଂ ଏଚ୍‌ପି କମ୍ପାନୀ ପକ୍ଷରୁ କୌଣସି ସହାୟତା ମିଳି ନ ଥିବା ଜଣାପଡ଼ିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme