Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଏଚ୍‌ପି ଗ୍ୟାସ୍‌ ଫିଲିଂ ଷ୍ଟେଶନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ

Posted on November 14, 2025

ରାୟଗଡ଼ାସ୍ଥିତ ଏଚ୍‌ପି ଗ୍ୟାସ୍‌ ଫିଲିଂ ଷ୍ଟେଶନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରାୟଗଡ଼ା ବ୍ଲକ ପିତାମହଲ ଗ୍ରାମ ନୀର ବିଶ୍ୱାଳଙ୍କ ପୁଅ ଆଲୋକ। ସେ ଏଚ୍‌ପି ଫିଲିଂ ଷ୍ଟେଶନରେ ଶ୍ରମିକ ଭାବେ କାମ କରୁଥିଲେ। କିଛିଦିନ ହେଲା ସେ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହିତ ଅସୁସ୍ଥ ଥିଲେ ବୋଲି ଜଣାପଡ଼ିଛି। ତେବେ ଗତ ୫ ତାରିଖରେ ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ୩ ଦିନ ରହିବା ପରେ ଆଲୋକଙ୍କ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ୮ ତାରିଖରେ ବ୍ରହ୍ମପୁର ମେଡିକାଲକୁ ରେଫର୍‌ କରଯାଇଥିଲା। ଗୁରୁବାର ବ୍ରହ୍ମପୁରରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଆଲୋକଙ୍କୁ କ୍ଷତିପୂରଣ ଦାବିରେ ଏଚ୍‌ପି ଫିଲିଂ ଷ୍ଟେଶନରେ କାର୍ଯ୍ୟରତ କର୍ମଚାରୀମାନେ ଧାରଣା ଦେଇଛନ୍ତି।
ପ୍ରକାଶ ଥାଉକି, ପୂର୍ବରୁ ଜଣେ ସୁରକ୍ଷା କର୍ମଚାରୀ କମ୍ପାନୀ ଫାଟକ ସମ୍ମୁଖରେ ଡ୍ୟୁଟିରେ ଥିବା ବେଳେ ଦୁର୍ଘଟଣାରେ ତାଙ୍କର ହାତ କଟିଯାଇଥିଲା। ଦୀର୍ଘ ୩ ବର୍ଷ ପରେ ମଧ୍ୟ ତାଙ୍କୁ ଇଏସ୍‌ଆଇ ପକ୍ଷରୁ କିମ୍ବା ସଂପୃକ୍ତ ଠିକାଦାର ଏବଂ ଏଚ୍‌ପି କମ୍ପାନୀ ପକ୍ଷରୁ କୌଣସି ସହାୟତା ମିଳି ନ ଥିବା ଜଣାପଡ଼ିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme