Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମାଂସ କାଟୁଥିବା ବେଳେ ମାଡ଼ିବସିଲା ବନବିଭାଗ, କଟା ମାଂସ ସହ ୨ ଗିରଫ

Posted on November 7, 2025

ଛାଡ଼ଖାଇ ପାଇଁ  ବାର୍‌ହାଶିକାର କରି ମାଂସ କାଟୁଥିବା ବେଳେ ମାଡ଼ିବସିଲା ବନବିଭାଗ। କଟା ମାଂସ, ଅସ୍ତ୍ରଶସ୍ତ୍ର ସହ ୨ ଜଣଙ୍କୁ ଗିରଫ କଲା ବନବିଭାଗ।

ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ମଧପୁର ରେଞ୍ଜ ଅନ୍ତର୍ଗତ ରାଣୀଗଞ୍ଜ ନିକଟସ୍ଥ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଦୁଇଜଣ ଶିକାରୀ ଏକ  ବାର୍‌ହା ଶିକାର କରିବା ସହ ମାଂସକୁ ଜଙ୍ଗଲ ମଧ୍ୟରେ କାଟୁଥିଲେ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମାଧପୁର ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲା। ୩୪ କେଜି କଟା  ବାର୍‌ହା ମାଂସ ସହ ଦୁଇଟି ଟାଙ୍ଗିଆ ଓ ଦୁଇଟି କଟୁରି ଜବତ କରିଥିବା ବେଳେ ଦୁଇଜଣ ଶିକାରୀଙ୍କୁ ଗିରଫ କରିଥିଲା ବନବିଭାଗ । ଦୁଇଜଣ ଶିକାରୀ ହେଲେ କପିନ୍ଦ୍ର ମାଝୀ ଓ ସତ୍ୟ ବେହେରା । ଉଭୟ ପୁରୁଣାକଟକ ଥାନା ରାଣୀଗଞ୍ଜ ଗ୍ରାମର ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।

ମାଂସକୁ ପୋଷ୍ଟମର୍ଟମ ପରେ ପୋତାଯାଇଥିବା ଜଣାପଡିଛି। ବନବିଭାଗ ପକ୍ଷରୁ କେସ ନମ୍ବର ୭୨/୨୫-୨୬ରେ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମାଧପୁର ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme