Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାତ୍ୟା ଦୁର୍ବଳ, କୋହଲା ପାଗର ମଜା ନେଲେ ରାଜଧାନୀବାସୀ

Posted on October 29, 2025

ମୋନ୍‌ଥା ପ୍ରଭାବରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଅଙ୍ଗନବାଡ଼ି, ସ୍କୁଲକୁ ଛୁଟି କରାଗଲା । ଭୁବନେଶ୍ୱରକୁ ୟେଲୋ ଜୋନ ଭାବେ ଘୋଷଣା କଲା ପାଣିପାଗ ବିଭାଗ । ଏସବୁ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ବିଏମ୍‌ସି ସବୁ ପ୍ରସ୍ତୁତି କଲା । ତଳିଆ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେବାକୁ ଜଗି ବସିଲେ । ହେଲେ ମୋନଥା ପ୍ରଭାବ ଫୁସ୍‌କି ଗଲା । ରାଜଧାନୀରେ ମାତ୍ର ୧୭ ମିମି ବର୍ଷା ହେଲା । ପ୍ରସ୍ତୁତି ଜୋରଦାର ଥିଲା, ହେଲେ ବର୍ଷା ସେମିତି ହେଲାନି । 

ଭୁବନେଶ୍ୱରରେ ସୋମବାର ରାତିରୁ ବର୍ଷା ଆରମ୍ଭ ହୋଇଥିଲା । ସକାଳୁ ଭୁବନେଶ୍ୱର ଉପକଣ୍ଠ ସମେତ କିଛି ସ୍ଥାନରେ ବର୍ଷା ହୋଇଥିଲା । ଲୋକେ ଭାବିନେଲେ ମୋନଥାର ପ୍ରକୋପ ଆହୁରି ବଢ଼ିବ । ଲ୍ୟାଣ୍ଡଫଲ୍‌ ହେବାକୁ ଯେତିକି ପାଖେଇବ, ବର୍ଷାର ପରିମାଣ ସେହି ଅନୁପାତରେ ବଢ଼ିବ । ମାତ୍ର ପ୍ରାୟ ୧୨ଟା ବେଳକୁ ବର୍ଷାର ପରିମାଣ କମିଗଲା । ପାଗ କୋହଲା ରହିଥିଲା । ବିଏମ୍‌ସିରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ବର୍ଷା କମ ଥିବା ବେଳେ ମାତ୍ର ହାତଗଣତି କିଛି ସ୍ଥାନରେ ଅଳ୍ପ ପାଣି ଜମିଥିଲା । ଏହି ସବୁ ସ୍ଥାନରେ ବିଏମ୍‌ସି ପମ୍ପ ଲଗାଇ ଜଳ ନିଷ୍କାସନ କରିଥିଲା । ତେବେ ରାତି ପର୍ଯ୍ୟନ୍ତ ବର୍ଷାର ପରିମାଣ କମ୍‌ ରହିଥିବାରୁ ଜଳବନ୍ଦୀ ପରିସ୍ଥିତି ଉପୁଜିନି । ବାତ୍ୟା ମୋନ୍‌ଥାକୁ ଆଖି ଆଗରେ ରଖି ବିଏମ୍‌ସି ପକ୍ଷରୁ ଜୋରଦାର ପ୍ରସ୍ତୁତ କରିଯାଇଛି । ବିଏମ୍‌ସି ପକ୍ଷରୁ ୫୬ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଥିଲା । ଅଧିକାରୀ ମାନେ ରାତିରେ ସ୍ଥାନାନ୍ତରଣ କରିବାକୁ ପ୍ରସ୍ତୁତ ରହିଥିଲେ । ହେଲେ ବର୍ଷା ନଥିବାରୁ ସ୍ଥାନାନ୍ତରଣ ହୋଇନଥିଲା । ମାତ୍ର ଗୋଟିଏ ଯୋଡିଏ ଜାଗାରେ ରନ୍ଧାଖାଦ୍ୟ ଦିଆଯାଇଛି । ବର୍ଷା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତ କରାଯାଇଛି । ପାଣି ନିଷ୍କାସନ ସହ ଗଛ କାଟିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିପରି ୱାଟ୍‌କୋ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ପାଣି ଟାଙ୍କି ପ୍ରସ୍ତୁତ ରଖାଯାଇଥିଲା । ବାତ୍ୟା ହେବ ବୋଲି ସକାଳୁ ହାଟ ବଜାରରେ ସମ୍ପୂର୍ଣ୍ଣ ଭାବେ ଖାଁ ଖାଁ ରହିଥିଲା । ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ ଅଞ୍ଚଳରେ ମଧ୍ୟ ଦୋକାନ ବନ୍ଦ ରହିଥିଲା । ଅପରାହ୍ନରେ କିଛି ଦୋକାନ ଖୋଲିଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme