
ରାଉରକେଲା: ଦୀର୍ଘଦିନ ହେଲା ରେଳଷ୍ଟେସନର ଦ୍ବିତୀୟ ପ୍ରବେଶପଥ ପାଖରେ ଜୁଆ ଖେଳୁଥିଲେ। ଶେଷରେ ଏମାନଙ୍କ ଉପରେ ପ୍ଲାଣ୍ଟ୍ସାଇଟ୍ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜୁଆଖେଳରେ ମାତିଥିବାବେଳେ ପୁଲିସ ଅତର୍କିତ ଚଢଉକରି ୪ ଜଣଙ୍କୁ ଗିରଫ କରିଛି। ଏହାସହ ନଗଦ ୨୨ ଶହ ଟଙ୍କା ଓ ତାସ୍ ଜବତ ହୋଇଛି। ଗୋପବନ୍ଧୁପାଲିର ରାଜା ଯାଦବ (୨୪), ଫାରୁକ୍ ଶେଖ୍ (୨୨), କରଣ କୁମାର (୨୦) ଓ ଇନ୍ଦିରାନଗରର ମହମ୍ମଦ ଫାରିଦ୍ ଓରଫ୍ ରାଜା (୨୯) ଶନିବାର ବିଳମ୍ବିତ ସନ୍ଧ୍ୟାରେ ଜୁଆ ଖେଳୁଥିବାବେଳେ ପୁଲିସ ସମସ୍ତଙ୍କୁ ଗିରଫ କରିଥିଲା। ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ରାଜା ଯାଦବ ନାଁରେ ମୋଟ୍ ୬ଟି ମାମଲା ରହିଛି। କେବଳ ପ୍ଲାଣ୍ଟ୍ସାଇଟ୍ ଥାନାରେ ୫ଟି ଅପରାଧିକ ମାମଲା ଥିବାବେଳେ ରେଳବାଇ ପୁଲିସ ଥାନାରେ ଗୋଟିଏ ମାମଲା ରହିଛି। ସେହିଭଳି ମହମ୍ମଦ ଫାରିଦ ନାଁରେ ଉଦିତନଗର ଥାନାରେ ୨ଟି ମାମଲା ରହିଛି।
