
ରାୟଗଡା : ଆଇନଜୀବୀ ତଥା ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ହତ୍ୟା କରିବା ଘଟଣାରେ ପ୍ରତିବାଦ କରି ଆଜି ରାୟଗଡା ବାର ଆସୋସିଏସନର ସଭ୍ୟମାନେ ସଂପୂର୍ଣ କଲମ ଛାଡ କରିବା ସହ ୪ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଲିଖିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରୀଆରେ ପ୍ରଦାନ କରିଛନ୍ତି । ନିଜ ଦାବିରେ ହାଇକୋର୍ଟର ଷ୍ଟାଣ୍ଡିଂ ଜଜଙ୍କ ଦ୍ବାରା ବିଚାର ବିଭାଗୀୟ ତଦନ୍ତ,୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ,ମୃତ ଆଇନଜୀବୀଙ୍କ ପରିବାରକୁ ୧କୋଟି ଟଙ୍କା କ୍ଷତି ପୁରଣ ଓ ଆଇନଜୀବୀଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ତୁରନ୍ତ ଲାଗୁ କରିବା ପାଇଁ ଉଲ୍ଲେଖ କରିଛନ୍ତି । ଆଜି ଦାବିପତ୍ର ପ୍ରଦାନବେଳେ ସମ୍ପାଦକ ମଙ୍ଗଳମୂର୍ତ୍ତି ବେଉରିଆ,ଯୁଗ୍ମ ସମ୍ପାଦକ ଶଙ୍କର ଦୋରା,କୋଷାଧ୍ୟକ୍ଷ ମୋହନ ନାୟକ, ପୂର୍ବତନ ସଭାପତି ପଦ୍ମନାଭ ଦାଶ, ବିଶ୍ବନାଥ ଗନ୍ତାୟତ,ରଜତ ରଞନ ଖଟୁଆ,ପ୍ରଦୀପ କୁମାର ଦାଶ, କୃଷ୍ନ ପ୍ରସାଦ ପାଢ଼ୀ,ଅରୁଣ କୁମାର ଲେଙ୍କା, ନବ କାଣ୍ଟା,ବିରଜା ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ଆଜି ଓକିଲ ସଂଘର କର୍ମକର୍ତ୍ତା ମାନେ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ବାଥୀ ଏସ କୁମାରଙ୍କୁ ପ୍ରଦାନ କରିଛନ୍ତି ।
