Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, କାର୍ଯ୍ୟାନୁଷ୍ଠାନ ଦାବିରେ ରାୟଗଡା ବାର ଆସୋସିଏସନ କଲମ ଛାଡ

Posted on October 9, 2025

ରାୟଗଡା : ଆଇନଜୀବୀ ତଥା ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ହତ୍ୟା କରିବା ଘଟଣାରେ ପ୍ରତିବାଦ କରି ଆଜି ରାୟଗଡା ବାର ଆସୋସିଏସନର ସଭ୍ୟମାନେ ସଂପୂର୍ଣ କଲମ ଛାଡ କରିବା ସହ ୪ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଲିଖିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରୀଆରେ ପ୍ରଦାନ କରିଛନ୍ତି । ନିଜ ଦାବିରେ ହାଇକୋର୍ଟର ଷ୍ଟାଣ୍ଡିଂ ଜଜଙ୍କ ଦ୍ବାରା ବିଚାର ବିଭାଗୀୟ ତଦନ୍ତ,୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ,ମୃତ ଆଇନଜୀବୀଙ୍କ ପରିବାରକୁ ୧କୋଟି ଟଙ୍କା କ୍ଷତି ପୁରଣ ଓ ଆଇନଜୀବୀଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ତୁରନ୍ତ ଲାଗୁ କରିବା ପାଇଁ ଉଲ୍ଲେଖ କରିଛନ୍ତି । ଆଜି ଦାବିପତ୍ର ପ୍ରଦାନବେଳେ ସମ୍ପାଦକ ମଙ୍ଗଳମୂର୍ତ୍ତି ବେଉରିଆ,ଯୁଗ୍ମ ସମ୍ପାଦକ ଶଙ୍କର ଦୋରା,କୋଷାଧ୍ୟକ୍ଷ ମୋହନ ନାୟକ, ପୂର୍ବତନ ସଭାପତି ପଦ୍ମନାଭ ଦାଶ, ବିଶ୍ବନାଥ ଗନ୍ତାୟତ,ରଜତ ରଞନ ଖଟୁଆ,ପ୍ରଦୀପ କୁମାର ଦାଶ, କୃଷ୍ନ ପ୍ରସାଦ ପାଢ଼ୀ,ଅରୁଣ କୁମାର ଲେଙ୍କା, ନବ କାଣ୍ଟା,ବିରଜା ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ଆଜି ଓକିଲ ସଂଘର କର୍ମକର୍ତ୍ତା ମାନେ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ବାଥୀ ଏସ କୁମାରଙ୍କୁ ପ୍ରଦାନ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme