Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

 

Posted on January 23, 2026

ଜାଲରେ ଫସିଲା ହାତୀଛୁଆ, ୧୨ ଘଣ୍ଟା ପରେ ଉଦ୍ଧାର କଲେ ଗାଁ ଲୋକେ

ମାଛ ଜାଲରେ ହାତୀଛୁଆ ଫସିଲା ପରେ ଗାଁ ଲୋକ ତାକୁ ଉଦ୍ଧାର କରିଛନ୍ତି । ଦେବଗଡ଼ ବନଖଣ୍ଡ ବାରକୋଟ ବନାଞ୍ଚଳ ପାଳଲହଡା ବ୍ଲକ ପବିତ୍ରପୁର ପଞ୍ଚାୟତ ହରିପୁର ବ୍ରିଜ୍ ନିକଟ ରେଙ୍ଗାଳି ଜଳଭଣ୍ଡାର ସଂରକ୍ଷିତ ଜଳରାଶିରେ ହରିପୁର ଗ୍ରାମ ପଟରୁ ଚଷାଗୁରୁଜାଙ୍ଗ ପଟକୁ ୧୧ ପଟିଆ ହାତୀପଲ ପାର୍ ହେଉଥିବା ସମୟରେ ମାଛ ଜାଲରେ ଏକ ମାସର ହାତୀଛୁଆଟିଏ ଫସି ଯାଇଥିଲା । ସାରା ରାତି ହାତୀ ପଲ ଶାବକଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଗାଁରେ ଉତ୍ପାତ କରିଥିଲେ । ଆଜି ସକାଳ ୫ଟାରେ ମତ୍ସଜୀବୀମାନେ ଜାଲରୁ ମାଛ ଆଣିବାକୁ ଯାଇ ଜାଲରେ ହାତୀ ଛୁଆ ପଡ଼ିଥିବାର ଦେଖିଥିଲେ । ଏନେଇ ବନ ବିଭାଗକୁ ଖବର ଦେଇଥିଲେ । ହାତୀ କୌଣସି ଭଙ୍ଗାରୁଜା କଲେ ବିଦ୍ୟୁତ୍ ଆଘାତରେ କୌଣସି ଦୁର୍ଘଟଣା ନ ହେବା ଲାଗି ବନବିଭାଗ ବିଦ୍ୟୁତ୍ ଲାଇନ କାଟି ନିଜ ଦାଇତ୍ୱ ସାରିଦେଇଥିଲେ ।

ବନବିଭାଗ ବିଳମ୍ବରେ ସିଆରିମାଳିଆ ବିଟ ବନପାଳ ରଂଜିତା ବେହେରା ୩-୪ ଜଣ ବନ କର୍ମଚାରୀ ସହିତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ବହୁ ବିଳମ୍ବରେ ପହଞ୍ଚିବାରୁ ଗ୍ରାମବାସୀମାନେ ପାଣି ଭିତରେ ଫସି ରହିଥିବା ହାତୀଛୁଆଟିକୁ ଜାଲ କାଟି ଉଦ୍ଧାର କରିଥିଲେ । ୧୨ ଘଣ୍ଟା ପାଣି ଭିତରେ ଥିବା ହାତୀ ଛୁଆ ଉଦ୍ଧାର ପରେ ବନବିଭାଗ ତାକୁ ପବିତ୍ରପୁର ଆମ୍ବ ତୋଟାରେ ଥିବା ହାତୀପଲଙ୍କ ନିକଟରେ ଛାଡ଼ିବାକୁ ଚେଷ୍ଟା କରୁଛି । କିନ୍ତୁ, ହାତୀ ପଲ ଛୁଆ  ସ୍ୱୀକାର କରୁନଥିବା ଜଣାପଡ଼ିଛି । ହାତୀପଲଙ୍କ ଗତିବିଧି ଉପରେ ବନବିଭାଗ ନଜର ରଖିଛି । ଯଦି ହାତୀଛୁଆଟିକୁ ହାତୀପଲ ସ୍ୱୀକାର ନ କରନ୍ତି ଶାବକଟିକୁ ଦେବଗଡ଼ ବନଖଣ୍ଡ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯିବ ବୋଲି ବାରକୋଟ ବନାଞ୍ଚଳ ଅଧିକାରୀ କହିଥିଲେ । ୱାଇଲ୍ଡ ଲାଇଫ ଉଦ୍ଧାର ଦଳ ଓ ବନକର୍ମଚାରୀ ଘଟଣାସ୍ଥଳରେ ବିଳମ୍ୱରେ ପହଞ୍ଚିଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme