Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

 

Posted on January 8, 2026

ଆସନ୍ତା ୧୮ରୁ ଆରମ୍ଭ ପକ୍ଷୀ ଗଣନା, ୩୨ଟି ଡଙ୍ଗାରେ ଯିବେ ୭୦ ବିଶେଷଜ୍ଞ

 

ଆସନ୍ତା ୧୮ ତାରିଖରୁ ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେବ ପକ୍ଷୀ ଗଣନା । ଏଥିପାଇଁ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ପକ୍ଷୀ ଗଣିବା ପାଇଁ ୩୨ଟି ଡଙ୍ଗାରେ ୭୦ ଜଣ ପକ୍ଷୀ ବିଶେଷଜ୍ଞ ରହିବେ । ଭୋର ସକାଳ ୫ଟାରୁ ଏହି ଗଣନା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଜଳ ଭଣ୍ଡାରର ପ୍ରାୟ ୫୫୦ ବର୍ଗ କିଲୋମିଟରରେ ଏହି ପକ୍ଷୀ ଗଣନା ଜାରି ରହିବ ବୋଲି ହୀରାକୁଦ ବନ୍ୟପ୍ରାଣୀ ଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି । ଗତ ବର୍ଷ ହୀରାକୁଦ ଜଳଭଣ୍ଡାରକୁ ୩ ଲକ୍ଷ ୭୭ ହଜାର ୭୩୨ଟି ବିଦେଶାଗତ ପକ୍ଷୀ ଆସିଥିଲେ ।

ଗତ ବର୍ଷ ୭ ଶହ ବର୍ଗ କିଲୋମିଟିର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମିକୁ ୟୁରୋପ ଓ ଆମେରିକାରୁ ପ୍ରଥମ ଥର ପକ୍ଷୀ ଆସିଥିଲେ । ଜଳଭଣ୍ଡାରର ଛତିଶଗଡ ସୀମାରୁ ହୀରାକୁଦ ଏବଂ ପାୱାର୍ ଚ୍ୟାନେଲ ମଧ୍ୟରେ ମୋଟ୍ ୭ ଶହ ବର୍ଗ କିମି ଅଞ୍ଚଳରେ ଗଣନା କରାଯିବ । ଗତବର୍ଷ ଛତିଶଗଡ ସୀମାନ୍ତରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ପୂର୍ବ ବର୍ଷ ଅପେକ୍ଷା ଅନେକ ଗୁଣରେ ବଢିଥିଲା । ଏଥର ମଧ୍ୟ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ସାଧାରଣତଃ ହୀରାକୁଦ ଅଞ୍ଚଳର ଦିନର ତାପମାତ୍ରା ୨୦ରୁ ୨୬ ଡିଗ୍ରୀ ମଧ୍ୟରେ ରହିଥାଏ । ରାତିରେ ଏହା ୧୦କୁ ଖସି ଆସିଥାଏ । ପ୍ରତ୍ୟେକ ବର୍ଷ ନଭେମ୍ବର ମଧ୍ୟ ଭାଗରୁ ମାର୍ଚ୍ଚ ପହିଲା ପର୍ଯ୍ୟନ୍ତ ଏହି ପକ୍ଷୀ ହୀରାକୁଦ ଜଳଭଣ୍ଡାରକୁ ଆସିଥାନ୍ତି । ଏଠାକାର ତାପମାତ୍ରା ଓ ଜଳବାୟୁ ସୁହାଇବା ସହ ପ୍ରଚୁର ପରିମାଣର ଖାଦ୍ୟ ମିଳୁଥିବାରୁ ପକ୍ଷୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗଣନା କରୁଥିବା ଦଳକୁ ଅତ୍ୟାଧୁନିକ କ୍ୟାମେରା ସହିତ ଜିପିଏସ୍ ମେସିନ୍ ପ୍ରତି ବୋଟ୍‌ରେ ଦିଆଯିବାର ବ୍ୟବସ୍ଥା ରହିଛି ।

ଗତ ୨୦୨୧ ମସିହାରେ ହୀରାକୁଦକୁ ୯୮ ପ୍ରଜାତିର ୧ ଲକ୍ଷ ୨୪ ହଜାର ପକ୍ଷୀ ଆସିଥିବା ବେଳେ ୨୦୨୨ରେ ୧୦୪ ପ୍ରଜାତିର ୨ ଲକ୍ଷ ୮ ହଜାର ପକ୍ଷୀଙ୍କ ସମାଗମ ହୋଇଥିଲା । ୨୦୨୩ରେ ଉଭୟ ପ୍ରଜାତି ଏବଂ ସଂଖ୍ୟା ବି ବଢିଥିଲା । ୧୦୮ ପ୍ରଜାତିର ମୋଟ୍ ୩ ଲକ୍ଷ ୧୬ ହଜାର ଟପିଥିଲା । ୨୦୨୪ରେ ୧୧୩ଟି ପ୍ରଜାତିର ୩ ଲକ୍ଷ ୪୨ ହଜାର ୩୪୫ ପକ୍ଷୀ ହାରାକୁଦକୁ ଆସିଥିଲେ । ସେହିପରି ୨୦୨୫ରେ ୧୨୨ଟି ପ୍ରଜାତିର ୩ ଲକ୍ଷ ୭୭ ହଜାର ୭୩୨ଟି ବିଦେଶାଗତ ପକ୍ଷୀ ହୀରାକୁଦ ଜଳଭଣ୍ଡାରକୁ ଆସିଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme