Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

 

Posted on December 26, 2025

ଓଲା, ଉବର ଆପ୍‌ରେ ରହିବ ଜେଣ୍ଡର ଚଏସ୍‌, ଫିମେଲ୍‌ ଡ୍ରାଇଭର ବାଛିପାରିବେ ମହିଳା ଯାତ୍ରୀ

ଏବେ ଓଲା, ଉବର ଆପ୍‌ରେ ରହିବ ଜେଣ୍ଡର ଚଏସ୍‌ ବିକଳ୍ପ। କ୍ୟାବ୍‌ ରାଇଡ୍‌ ବୁକ୍‌ କରିବା ବେଳେ ଫିମେଲ୍‌ ଡ୍ରାଇଭର ବାଛିପାରିବେ ମହିଳା। ଟ୍ରିପ୍‌ ଶେଷ ହେବା ପରେ ଡ୍ରାଇଭରଙ୍କୁ ଦେଇପାରିବେ ସିଧାସଳଖ ଟିପ୍‌। ଚାଳକଙ୍କୁ ମିଳିବ ଏହି ଟିପ୍‌ର ସମ୍ପୂର୍ଣ୍ଣ ରାଶି। ଗ୍ରାହକ ସୁରକ୍ଷାକୁ ପ୍ରାଥମିକତା। ସରକାର ମୋଟର ଯାନ ଏଗ୍ରିଗେଟର୍ସ ଗାଇଡ୍‌ଲାଇନ୍ସ୨୦୨୫ରେ ସଂଶୋଧନ କରିଛନ୍ତି। ଏହାକୁ ଲାଗୁ କରିବା ପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଓଲା, ଉବର ଏବଂ ରାପିଡୋ ଭଳି ଆପ୍‌ରେ ଖୁବ୍‌ଶୀଘ୍ର ସମାନ ଜେଣ୍ଡର ଚାଳକ ଚୟନ କରିବାର ବିକଳ୍ପ ମିଳିବ। ବିଶେଷକରି ମହିଳା ଯାତ୍ରୀଙ୍କ ପାଇଁ ଫିମେଲ୍‌ ଡ୍ରାଇଭର ଚୟନ କରିବାର ସୁବିଧା ରହିବ । ୨୦୨୫ ଜୁଲାଇରେ ଯେବେ ମୋଟର ଯାନ ଏଗ୍ରିଗେଟର୍ସଙ୍କ ପାଇଁ ମୂଳ ଗାଇଡ୍‌ଲାଇନ୍‌ ଜାରି କରାଯାଇଥିଲା, ଏହାକୁ ଆପଣାଇବା ପାଇଁ ରାଜ୍ୟଗୁଡ଼ିକୁ ୩ ମାସର ସମୟ ଦିଆଯାଇଥିଲା । ତେବେ ମହିଳା ଡ୍ରାଇଭର ଆଇନର କୌଣସି ଧାର୍ଯ୍ୟ ଟାଇମ୍‌ଲାଇନ୍‌ ଦିଆଯାଇନାହିଁ । ଏହି ଗାଇଡ୍‌ଲାଇନ୍‌ କେନ୍ଦ୍ର ସରକାରଙ୍କ । ରାଜ୍ୟ ସରକାର ଏହି ସଂଶୋଧନଗୁଡ଼ିକୁ ନିଜ ଲାଇସେନ୍ସିଂ ପ୍ରକ୍ରିୟାରେ ସାମିଲ କରିବେ । କେବେ ଏହା ଲାଗୁ ହେବ, ତାହାକୁ ନେଇ କୌଣସି ‘ପ୍ରଭାବୀ ତାରିଖ’ ଦିଆଯାଇନାହିଁ । ଏଗ୍ରିଗେଟରଙ୍କୁ ନିଜର ଆପ୍‌ ଅପ୍‌ଡେଟ୍‌ କରିବାକୁ ପଡ଼ିବ, ଯାହାଦ୍ୱାରା ସେମାନେ କ୍ଲଜ୍‌ ୧୫.୬ ଅଧୀନରେ ସମାନ ଜେଣ୍ଡର୍‌ର ଚାଳକ ଚୟନ ବୈଶିଷ୍ଟ୍ୟ ଯୋଡ଼ିବେ। 

ସରକାରଙ୍କ ଏ ନିଷ୍ପତ୍ତିକୁ ନେଇ ଶିଳ୍ପ ବିଶେଷଜ୍ଞମାନେ କୁହନ୍ତି, ଏହାକୁ ଲାଗୁ କରିବା ଆହ୍ୱାନମୂଳକ ରହିବ। କ୍ୟାବ୍‌ ଆଗ୍ରିଗେଟର ପ୍ଲାଟ୍‌ଫର୍ମଗୁଡ଼ିକ ସହ ଜଡ଼ିତ ଅଧିକାରୀମାନେ କହିଛନ୍ତି ଯେ, ସମଗ୍ର ଦେଶରେ ମୋଟ କ୍ୟାବ୍‌ ଡ୍ରାଇଭରଙ୍କ ମଧ୍ୟରେ ମହିଳାଙ୍କ ଭାଗ ୫%ରୁ କମ୍‌ । ଏଭଳି ସ୍ଥିତିରେ ସମାନ ଲିଙ୍ଗ ଡ୍ରାଇଭର ଚୟନ କରିବାର ବିକଳ୍ପ ପ୍ରାକ୍ଟିକାଲ ଲାଗୁ ନାହିଁ । ମହିଳା ଚାଳକଙ୍କ ଅଭାବ ଯୋଗୁ ବୁକିଂ ସମୟରେ ୱେଟିଂ ଟାଇମ୍‌ ଅଧିକ ରହିପାରେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme