Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧୭ କୋଟିର ସର୍କିଟ୍‌ ହାଉସ୍‌ରେ ତାଲା

Posted on December 19, 2025

ମାସେତଳେ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ

ରହିଛି ୩୦ ସୁଟ୍‌, ସମ୍ମିଳନୀ କକ୍ଷ ଓ ଅନ୍ୟାନ୍ୟ ସୁବିଧା

ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେଉଛି ସୌନ୍ଦର୍ଯ୍ୟ

ରାଉରକେଲା : ମନ୍ତ୍ରୀ, ଅତିଥି, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଅନ୍ୟମାନଙ୍କ ରହଣି ପାଇଁ ପାନପୋଷ ପୁରୁଣା ସର୍କିଟ୍‌ ହାଉସ୍‌ ପାର୍ଶ୍ବରେ ନିର୍ମାଣ ହୋଇଛି ନୂଆ ସର୍କିଟ ହାଉସ୍‌। ଖର୍ଚ୍ଚ ହୋଇଛି ୧୭ କୋଟିରୁ ଅଧିକ। ନିର୍ମାଣ ସରିବାର ଦେଢ଼ବର୍ଷ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ନଭେମ୍ବର ୧୫ରେ ଲୋକାର୍ପିତ କଲେ। ଇତିମଧ୍ୟରେ ମାସେ ବିତିଯାଇଥିଲେ ହେଁ ସର୍କିଟ ହାଉସ୍‌ରେ ତାଲା ଝୁଲୁଛି। କାର୍ଯ୍ୟକ୍ଷମ ହୋଇ ନଥିବାବେଳେ ପଛପାର୍ଶ୍ବରେ କିଛି ରାଜନୈତିକ ଦଳ ନେତା ଓ ତାଙ୍କ ସହଯୋଗୀ ରହିଲେଣି। ଆଶ୍ଚର୍ଯ୍ୟ କଥା, କିଛି ଏକ୍‌ଜିକ୍ୟୁଟିଭ୍‌ ସୁଟ୍‌ର ଚାବି ଖୋଲୁନି। ସୁଟ୍‌ରେ ପଡିିଥିବା ବେଡ୍‌ ଭାଙ୍ଗିଗଲାଣି। କିଛି କୋଠରିରେ ଫ୍ୟାନ୍‌ ବୁଲୁନି। ଗିଜର କାମ କରୁନି। ଘାସଗାଲିଚା ଓ‌ ଛୋଟଛୋଟ ଗଛଗୁଡ଼ିକ ମରିଗଲାଣି। ଡାଇନିଂ ହଲ୍‌, ବୈଠକ ହଲ୍‌ ଆଦିରେ ବହଳେଧୂଳି ଓ ଅଳିଆ ଜମାହୋଇଡିଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନ ପରେ ସର୍କିଟ୍‌ ହାଉସ୍‌କୁ କିପରି କାର୍ଯ୍ୟକ୍ଷମ କରାଯିବ, କାହାରି ପକ୍ଷରୁ ଧ୍ୟାନ ଦିଆଯାଉନି। ଏଭଳି ସମସ୍ୟା ସମ୍ପର୍କରେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ‘ରକ୍ଷଣାବେକ୍ଷଣ କାମ ତୃତୀୟ ଠିକାସଂସ୍ଥାକୁ ଦେବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଖୁବ୍‌ଶୀଘ୍ର ଏ‌ହାକୁ କାର୍ଯ୍ୟକ୍ଷମ କରିବାକୁ ପ୍ରକ୍ରିୟା ଚାଲିଛି।’

ସୂଚନାଯୋଗ୍ୟ, ଏହି ଅତ୍ୟାଧୁନିକ ସର୍କିଟ୍‌ ହାଉସ୍‌ ପାଇଁ ପୂର୍ବ ସରକାର ସମୟରେ ପ୍ରଥମ ପର୍ଯ୍ୟାୟରେ ୧୨ କୋଟି ୧୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସର୍କିଟ ହାଉସ୍‌ର ତଳମହଲାରେ ୧୩ଟି ଏକ୍‌ଜିକ୍ୟୁଟିଭ୍‌ ସୁଟ୍‌ ରହିଛି। ଏଥିସହ ଭିଆଇପି ଲାଉଞ୍ଜ, ଡାଇନିଂ ହଲ୍‌, ସିକ୍ୟୁରିଟି ରୁମ୍, ୪ ଭିଭିଆଇପି ସୁଟ୍‌ ରହିଛି। ପ୍ରଥମ ମହଲାରେ ୧୨ ଏକ୍‌ଜିକ୍ୟୁଟିଭ୍‌ ସୁଟ୍, ସମ୍ମିଳନୀ କକ୍ଷ ରହିଛି। ସର୍କିଟ୍‌ ହାଉସ୍‌ ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣ କରାଯାଇଛି। ପ୍ରକଳ୍ପ ମୂଲ୍ୟ ବଢ଼ିବାରୁ ପରବର୍ତ୍ତୀ ସମୟରେ ସରକାର ଆହୁରି ୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ୨୦୨୨ ସେପ୍ଟେମ୍ବର ୮ରେ ନିର୍ମାଣ ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ୨୦୨୩ ସୁଦ୍ଧା ସାରିବାକୁ ଠିକାସଂସ୍ଥାକୁ କୁହାଯାଇଥିଲା। ଠିକାସଂସ୍ଥା ପକ୍ଷରୁ ୯ ମାସ ପରେ ଅର୍ଥାତ୍‌ ୩୦ ଜୁନ୍‌ ୨୦୨୪ରେ ‌କାମ ଶେଷ ହୋଇଥିଲା। ନିର୍ମାଣ କାମ ସରିଥିଲେ ହେଁ ଉଦ୍‌ଘାଟନ ନହୋଇ ସେମିତି ପଡ଼ି ରହିଥିଲା। ନୂଆ ସରକାର ଦାୟିତ୍ବ ନେବା ପରେ ସର୍କିଟ ହାଉସ୍‌କୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ଲୋକାର୍ପିତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ୨୦୨୫ ନଭେମ୍ବର ୧୫ରେ ରାଉରକେଲା ଜନଜାତୀୟ ‌ଗୌରବ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିଥିଲେ। ସରକାରଙ୍କ ଅବହେଳା ହେଉ ଅବା ଜିଲ୍ଲା ପ୍ରଶାସନର ଉଦାସୀନତାରୁ ନୂଆ ସର୍କିଟ୍‌ ହାଉସ୍ ବନ୍ଦପଡ଼ିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme