ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି WWE ରିଙ୍ଗରେ ରାଜ କରିଥିବା ଜନ୍ ସିନା ଶେଷରେ ତାଙ୍କ କ୍ୟାରିଅରକୁ ବିଦାୟ ଦେଇଛନ୍ତି । ୪୮ବର୍ଷ ବୟସରେ ଜନ ସିନା ତାଙ୍କର ଶେଷ ମ୍ୟାଚ୍ରେ ଗୁନ୍ଥରଙ୍କଠାରୁ ହାରିବା ପରେ ବୃତ୍ତିଗତ କୁସ୍ତିରୁ ଅବସର ନେଇ ଘୋଷଣା…
Day: December 14, 2025
ଅଜଣା ଗାଡି ଧକ୍କାରେ ଭାଲୁ ମୃତ।
କାମାକ୍ଷାନଗର ଉପଖଣ୍ଡ ଭୁବନ ରେଞ୍ଜ ଭୁଷଳ ଛକ( NHAI 53 ) ଠାରେ ଅଜଣା ଗାଡି ଧକ୍କାରେ ଏକ ବଡ ଭାଲୁ ମୃତ। ବନବିଭାଗ ପକ୍ଷରୁ ପ୍ରକାଶ ଏହି ବନାଞ୍ଚଳ ଅଧିନ ଭର୍ତ୍ତି ପାହାଡ ଜଙ୍ଗଲରୁ ଭାଲୁଟି ପାଣି ପିଇବା ପାଇଁ ଜାତୀୟ ରାଜପଥ…
ସ୍ଥିର ରହିଛି ସୁନା ଏବଂ ରୁପା ଦର
ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦିଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୩,୯୧୦ ଟଙ୍କା ରହିଛି । ସେହିପରି ୨୨କ୍ୟାରେଟ ସୁନା ଦର ୧,୨୨,୭୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୩,୯୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ସୁନାର ମୂଲ୍ୟ ହଜାର ୧,୨୨,୭୫୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ୧,୩୩,୯୧୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୨୨,୭୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪କ୍ୟାରେଟ୍ ୧,୩୪,୦୭୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୨୨,୯୦୦ ଟଙ୍କା ରହିଛି । ଦକ୍ଷିଣ ଭାରତରପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୩୪,୯୫୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟମୂଲ୍ୟ ୧,୨୩,୭୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ୧,୩୩,୯୧୦ ଓ ୧,୨୨,୭୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୧୦,୦୦୦ଟଙ୍କା ହୋଇଛି ।
ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
ଗଞ୍ଜାମ ବଡ଼ଗଡ଼ ଥାନା ସନ୍ଧିକେନ୍ଦୁ ଗାଁର ଚାଷୀ ଧାନ କାଟି ଗଦାକରିଥିଲେ । ବିଳମ୍ବିତ ରାତିରେ ୧୨ ଟି ଧାନ ଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ଗାଁର ୧୨ଜଣ ଚାଷୀ ଧାନ କାଟି ଅମଳ ପାଇଁ ଗଦା କରିଥିଲେ…
ଜାନୁଆରୀ ୨୧ରେ ମହାପ୍ରଭୁଙ୍କ ପଦ୍ମ ବେଶ
ଆସନ୍ତା ଜାନୁଆରୀ ୨୧ ତାରିଖ ବୁଧବାର ଦାରୁବ୍ରହ୍ମଙ୍କ ପଦ୍ମ ବେଶ । ଶ୍ରୀମନ୍ଦିର ରତ୍ନସିଂହାସନରୁଢ଼ ଶ୍ରୀବିଗ୍ରହଙ୍କୁ ପଦ୍ମ ବେଶରେ ସୁଶୋଭିତ କରାଯିବ । ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପଦ୍ମ ପୁଷ୍କରିଣୀରେ ପ୍ରସ୍ଫୁଟିତ ବିଶାଳ ପଦ୍ମ…
ନାଗରିକତ୍ୱ ଛାଡୁଛନ୍ତି ୨ ଲକ୍ଷ ଭାରତୀୟ, ୫ ବର୍ଷରେ ବିଦେଶରେ ଅବସ୍ଥାପିତ ହେଲେଣି ୯ ଲକ୍ଷ ନାଗରିକ
ଭାରତୀୟ ନାଗରିକତ୍ୱ ଛାଡୁଥିବା ଲୋକଙ୍କ ସଂଖ୍ୟା ବଢ଼ିଚାଲିଛି । ଗତ ୫ ବର୍ଷରେ ପାଖାପାଖି ୯ ଲକ୍ଷ ଭାରତୀୟ ସେମାନଙ୍କ ନାଗରିକତ୍ୱ ପରିତ୍ୟାଗ କରିଥିବା ବହିର୍ବ୍ୟାପାର ମନ୍ତ୍ରାଳୟ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି । ରାଜ୍ୟସଭାରେ ଉତ୍ତର ରଖି ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂହ କହିଛନ୍ତି…
ହାଇଓ୍ୱାକୁ ଧକ୍କା ଦେଲା ବୋଲେରୋ, ୫ ଆହତ
ଅଧା ରହିଗଲା ମା’ ତାରିଣୀଙ୍କ ଦର୍ଶନ । ଭାରସାମ୍ୟ ହରାଇ ରାସ୍ତା ଉପରେ ଛିଡା ହୋଇଥିବା ଗୋଡି ବୋଝେଇ ହାଇଓ୍ୱାକୁ ଧକ୍କା ଦେଲା ବୋଲେରୋ । ଫଳରେ ୨ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅନ୍ୟ ୩ ଜଣ ସାମାନ୍ୟ ଆହତ…
ଅବକାରୀ ବିଭାଗର ଚଢ଼ାଉ,ବିପୁଳି ପରିମାଣର ମଦ ସହ ପୋଚ ନଷ୍ଟ
ଗଛର ମଞ୍ଚା ଉପରେ ଚାଲିଥିଲା ଦେଶୀ ମଦ ପ୍ରସ୍ତୁତି। ଅବକାରୀ ବିଭାଗ କଲା ପର୍ଦ୍ଦାଫାଶ। ଚଢାଉରେ ବିପୁଳି ପରିମାଣର ମଦ ସହ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ। ସୂଚନା ମୁତାବକ, ଅଭିନବ ଉପାୟରେ ଗଛ ଉପରେ ମଞ୍ଚା ବାନ୍ଧି ଚାଲିଥିଲା ଦେଶୀ ମଦ…
ସାଂଘାତିକ ସ୍ତରରେ ବାୟୁ ପ୍ରଦୂଷଣ, ଶନିବାର ସନ୍ଧ୍ୟାରୁ ଦିଲ୍ଲୀରେ ଗ୍ରାପ-୪ ଲାଗୁ
ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ତରରେ ପହଞ୍ଚିଛି । ପ୍ରଦୂଷଣ ସ୍ତର ଏତେ ବଢ଼ିଯାଇଛି ଯେ ଲୋକମାନେ ଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ (ସିଏକ୍ୟୁଏମ୍) ଆଜି ସନ୍ଧ୍ୟାରେ ସବୁଠୁ କଠୋର…
ଜଳିଗଲା ଧାନଗଦା, ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ
ନିଆଁ ଲାଗି ଜଳିଗଲା ଧାନଗଦା। ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ । ଗଞ୍ଜାମ ସୋରଡ଼ା ଥାନା ସନ୍ଧିକେନ୍ଦୁ ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବକ, ଗତକାଲି ମଧ୍ୟରାତ୍ରରେ ଠାକୁରାଣୀ ମନ୍ଦିର ପଛପଟେ ରହିଥିବା ଧାନଗଦାରେ କୌଣସି ପ୍ରକାରେ ନିଆଁ…
