Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu
ganja

୮ କେଜି ଗଞ୍ଜେଇ ଜବତ ସହ ୨ ମହିଳା ଗିରଫ

Posted on September 30, 2025

ରାଉରକେଲା: ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜନତା ନିବାସ ଗଳି ନିକଟସ୍ଥ ଇଦ୍‌ଗା ପଡ଼ିଆ ନିକଟରୁ ୨ ଜଣ ମହିଳାଙ୍କୁ ଗିରଫ କରି ପ୍ଲାଣ୍ଟସାଇଟ୍‌ ପୁଲିସ। ସେମାନେ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଲବରକାନି ଅଞ୍ଚଳର ନମିତା ଷଣ୍ଢ(୪୫) ଓ ଜାହ୍ନବୀ ବଗର୍ତ୍ତି(୪୨)। ତାଙ୍କ ଠାରୁ ୮ କେଜି ଗ‌ଞ୍ଜେଇ, ଗୋଟିଏ ମୋବାଇଲ୍‌ ଓ ୯୦୦ ଟଙ୍କା ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସୂଚନାନୁଯାୟୀ, ରାଉରକେଲାର ରବି ଡୁଙ୍ଗରୀ ନାମକ ଜଣେ ବେପାରୀ ସହରରେ ଗ‌ଞ୍ଜେଇ ବେପାର ପାଇଁ ବୌଦ୍ଧ ଜିଲ୍ଲାର କିଛି ନିଶା ବେପାରୀଙ୍କୁ ଯୋଗାଯୋଗ କରିଥିଲେ। ସେମାନେ ୨ ଜଣ ମହିଳାଙ୍କ ହାତରେ ୮ କେଜି ଗଞ୍ଜେଇ ଦେଇ ରାଉରକେଲା ପଠାଇଥିଲେ। ସେମାନେ ‌ରବିବାର ସକାଳେ ରାଉରକେଲାରେ ଓହ୍ଲାଇ ଗଞ୍ଜେଇ ଡେଲିଭରି କରିବାକୁ ଯାଉଥିଲେ। ସକାଳେ ପାଟ୍ରୋଲିଂ କରୁଥିବା ପ୍ଲାଣ୍ଟସାଇଟ୍‌ ପୁଲିସର ଏକ ଟିମ୍‌ ଉଭୟଙ୍କୁ ସନ୍ଦେହଜନକ ଅବସ୍ଥା‌ରେ ଇଦ୍‌ଗା ପଡ଼ିଆ ନିକଟରେ ଅଟକାଇଥିଲା। ଖାନତଲାସି ବେଳେ ସେମାନଙ୍କ ଠାରୁ ୮ କେଜି ଗଞ୍ଜେଇ ଜବତ ହୋଇଥିଲା। ସେମାନଙ୍କୁ ବୌଦ୍ଧର ଜଣେ ବ୍ୟବସାୟୀ ପଠାଇଥିବା ଉଭୟ ପୁଲିସକୁ କହିଥିଲେ। ସେମାନଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ସେପଟେ ଗଞ୍ଜେଇ ମଗାଇଥିବା ବେପାରୀ ରବି ଡୁଙ୍ଗରୀକୁ ଧରିବାକୁ ପୁଲିସ ତନାଘନା ଚଳାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme