Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୭୦୦ କେଜି ରୁପା କିଣିବ ଶ୍ରୀମନ୍ଦିର ପ୍ରଶାସନ

Posted on November 12, 2025

ଶ୍ରୀମନ୍ଦିର ପ୍ରଶାସନ କିଣିବ ୭୦୦ କେଜି ରୁପା । ୯୯.୯ ଶୁଦ୍ଧତାର ରୁପା କିଣାଯିବ । ୧ କେଜି କିମ୍ବା ୫ କେଜିଆ ରୁପା ଇଟା କିଣାଯିବ । ଏନେଇ ଆଗ୍ରହୀ ସଂସ୍ଥାମାନଙ୍କୁ ଏହି ପ୍ରକ୍ରିୟାରେ ଭାଗ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଟେଣ୍ଡର ଆହ୍ୱାନ କରିଛି । ଶ୍ରୀଜଗନ୍ନାଥ ମନ୍ଦିର ବାହାର ଭଣ୍ଡାର ଦ୍ୱାର, ଭଣ୍ଡାର ଲୋକନାଥଙ୍କ ଖିଲଣ, ଅବକାଶ ଖଟୁଲି ସମେତ ୪ଟି ସ୍ଥାନରେ ରୁପା ଛାଉଣି କରିବାରେ ଏହି ରୁପା ବ୍ୟବହାର ହେବ ବୋଲି ସୂଚନା ମିଳିଛି । ମହାପ୍ରଭୁଙ୍କ ଦାନରେ ମିଳିଥିବା ରୁପା ବ୍ୟବହାର ଉପଯୋଗୀ ହୋଇନଥିବାରୁ ପ୍ରଶାସନ ବାହାରୁ ରୁପା କିଣିବାକୁ ପଦକ୍ଷେପ ନେଇଛି ।

ଶ୍ରୀମନ୍ଦିର ୪ଦ୍ୱାର ସମେତ ନାଟମଣ୍ଡପ, ଭୋଗମଣ୍ଡପ, ଜଗମୋହନର ବିଭିନ୍ନ ଦ୍ୱାରକୁ ରୁପା ଛାଉଣୀ କରାଯାଇଛି । ସେହିପରି ସିଂହଦ୍ୱାର ଗୁମୁଟରେ ପୂଜିତ ପତିତପାବନଙ୍କ ଖିଲଣକୁ ମଧ୍ୟ ରୁପା ଛାଉଣି କରାଯାଇଛି । ଏହି ଢାଞ୍ଚାରେ ବାହାର ରତ୍ନଭଣ୍ଡାର ଓ ଅନ୍ୟ କାର୍ଯ୍ୟଗୁଡ଼ିକ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି ।ରତ୍ନଭଣ୍ଡାର ମରାମତି ସରିଥିବାରୁ ଏହାକୁ ଯୋଜନା ମୁତାବକ ରୁପା ଛାଉଣୀ କରିବାକୁ ଲକ୍ଷ୍ୟ ରଖାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭିତର ରତ୍ନଭଣ୍ଡାର ଦ୍ୱାରକୁ ସୁନା ଓ ବାହାର ରତ୍ନଭଣ୍ଡାର ଦ୍ୱାରକୁ ରୁପା ଛାଉଣି କରିବାକୁ ଯୋଜନା ହୋଇଥିଲା । ରତ୍ନଭଣ୍ଡାରକୁ ରତ୍ନ ଫେରି ଯାଇଥିବା ବେଳେ ଏପର୍ଯ୍ୟନ୍ତ ସରକାରଙ୍କ ଯୋଜନା ମୁତାବକ ଗଣତିମଣତି ହେଲାନି । ସେପଟେ ବାହାର ରତ୍ନଭଣ୍ଡାର ଦ୍ୱାରକୁ ରୁପା ଛାଉଣି କରିବାକୁ ପଦକ୍ଷେପ ନିଆଯିବା ପୁଣି ଚର୍ଚ୍ଚାର ବିଷୟ ହୋଇଛି ।

୨୦୧୧ ମସିହାରେ ଏମାର ମଠରୁ ମିଳିଥିବା ୫୬୭ ଖଣ୍ଡ ରୂପା ଇଟା ପୁଲିସ ଅସ୍ତ୍ରାଗାରରେ ପଡ଼ିଥିବା ବେଳେ ଏପର୍ଯ୍ୟନ୍ତ ଏହା ବ୍ୟବହାର ହେଲାନି । ଏହି ରୁପା ଇଟାକୁ ଶ୍ରୀମନ୍ଦିର ପ୍ରଶାସନ ମାର୍ଫତକୁ ନେବା ଓ ଏହାର ଆଇନଗତ ଦିଗ ଉପରେ ସରକାର ଜରୁରି ନିଷ୍ପତ୍ତି ନନେବା ଏହାର କାରଣ ହୋଇଛି । ଏହି ରୁପା ମହାପ୍ରଭୁଙ୍କ କାମରେ ବ୍ୟବହାର କରିବାକୁ କିମ୍ବା ରତ୍ନଭଣ୍ଡାରକୁ ଆଣିବା ପାଇଁ ଦାବି ହୋଇଆସୁଛି । ହେଲେ ଏନେଇ ପ୍ରଶାସନିକ ପଦକ୍ଷେପ ଶୂନ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme