Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୬୮ତମ ଆର୍ନ୍ତଜାତିୟ ମୁକବଧିର ସପ୍ତାହ ପାଳିତ ।

Posted on September 29, 2025

ଅନୁଗୁଳ ଜିଲ୍ଲା ବଧିର ସଂଘ ତରଫରୁ ଆନ୍ତର୍ଜାତିୟ ବଧିର ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମୂକ ଓ ବଧିର ଭାଇ ଭଉଣୀମାନଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ‌। ଯାହାକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆର୍ନ୍ତଜାତିକ ବଧୂର ସପ୍ତାହ ବିଶ୍ଵ ବଧୂର ସଂଘର ଏକ ପ୍ରାରମ୍ଭିକ ପ୍ରଚେଷ୍ଟା ଏବଂ ଏହି ପ୍ରଚେଷ୍ଟା ସର୍ବପ୍ରଥମେ ଇଟାଲୀର ରାଜଧାନୀ ରୋମ୍‌ରେ ୧୯୫୮ ମସିହାରେ ବାସ୍ତବ ରୂପ ନେଇଥିଲା । ସେହିଦିନଠାରୁ ବିଶ୍ଵ ବଧିର ସଂପ୍ରଦାୟ ପ୍ରତିବର୍ଷ ଏହି ସପ୍ତାହ ପାଳନ କରିଆସୁଛି ।

ଆର୍ନ୍ତଜାତିୟ ବଧୂର ସପ୍ତାହ ପ୍ରତିବର୍ଷ ସେପ୍ଟେମ୍ବର ମାସ ଶେଷ ସପ୍ତାହରେ କରାଯାଇଥାଏ।ଏହି ଅବସରରେ ପଦଯାତ୍ରା, ତର୍କ ପ୍ରତିଯୋଗିତା, ପ୍ରଚାର ଅଭିଯାନ ହୋଇଥାଏ । ଏଥିରେ ମୂକ, ବଧୂର ଭାଇ ଭଉଣୀମାନଙ୍କର ପରିବାର, ସରକାରୀ ସଂସ୍ଥାର କର୍ମକର୍ତା, ମୂକ ବଧୂରଙ୍କ ପାଇଁ କାମ କରୁଥିବା ପେସାଦାର ସାଙ୍କେତିକ ଭାଷା ଅନୁବାଦକ ଆଦି ବିଭିନ୍ନ ଭିନ୍ନକ୍ଷମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ।ଆର୍ନ୍ତଜାତିକ ବଧୂର ସପ୍ତାହରେ ବଧୂର ବ୍ୟକ୍ତିମାନଙ୍କର ଅଧିକାର କିପରି ପ୍ରସାରିତ ହୋଇପାରିବେ ସେ ଦିଗରେ ଉଦ୍ୟମ ହୁଏ ଏବଂ ନିର୍ଦ୍ଦିଷ୍ଟ ମାନବିକ ଅଧିକାର ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ବାର୍ଷିକ ସମ୍ମିଳନୀରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ବଧିର ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme