ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ବିଭାଗକୁ ବଡ଼ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ମୁଣ୍ଡିଦେଉଳି ସାହିରେ ରେଡ ମାରିଥିଲା ଅବକାରୀ ଟିମ। ସେଠାରେ ଥିବା ଏକ ଭଡା ଘରୁ ୬୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି। ଏଥିସହିତ ୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ, ଅଭିଯୁକ୍ତ ବ୍ରାଉନ ସୁଗାର ବେପାରୀ ଆଶୁତୋସ ସାହୁ ପ୍ରଥମେ ଧରିବା ପରେ ଘର ଭିତରେ ତଲାସି କରିଥିଲା ଅବକାରୀ ଟିମ।ସେଠାରୁ ୬୦ ଲକ୍ଷରୁ ଉର୍ଦ୍ଧ ବ୍ରାଉନ୍ ସୁଗାର ଜବତ କରିବା ସହ ଅଭିଯୁକ୍ତର ମାଆ ମମତା ସାହୁଙ୍କୁ ଅବକାରୀ ଟିମ ଗିରଫ କରିଛି । ଘଟଣା ସ୍ଥଳରୁ ସାନଭାଇ ବିକାଶ ସାହୁ କାନ୍ଥ ଡେଇଁ ଫେରାର ହୋଇଯାଇଥିବା ଅବକାରୀ ସୂତ୍ରରୁ ପ୍ରକାଶ ମିଳିଛି। ଅଭିଯୁକ୍ତ ମାନଙ୍କ ଘର କାମାକ୍ଷାନଗର ଥାନା କାଦୁଆ ପଞ୍ଚାୟତ ଗାଲୁ ଗ୍ରାମରେ ବୋଲି ଜଣାପଡିଛି । ସେମାନେ ମୁଣ୍ଡିଦେଉଳିରେ ଏକ ଭଡା ଘରେ ରହି ବ୍ରାଉନ ସୁଗାର ବେପାର କରୁଥିଲେ। ଯାହାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରି ଦେଇଛି ଅବକାରୀ ଟିମ।
