Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୫.୮ ଡିଗ୍ରୀକୁ ଖସିଲା ପାରଦ, ୧୨ ଡିଗ୍ରୀ ତଳେ ୧୩ ସହର

Posted on November 17, 2025

ଆସନ୍ତା ୪ ଦିନ ଯାଏ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଦେହ, ହାତ ଥରାଇ ଦେବ । ୧୦ରୁ ଅଧିକ ସ୍ଥାନର ପାରଦ ୧୨ ଡିଗ୍ରୀ ତଳକୁ ଖସିପାରେ । ଫୁଲବାଣୀରେ ୯ ଡିଗ୍ରୀ ରହିବ । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେବ । ପାଣିପାଗ ବିଭାଗ ଏଭଳି ଆକଳନ କରିଛି ।
ଏବେ ପାଇଁ ଶୀତ କମିବାର ସମ୍ଭାବନା ନାହିଁ । ୪ ଦିନ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ତଥାପି ଥଣ୍ଡା କମିବନି ବୋଲି ପୂର୍ବାନୁମାନ କରାଯାଇଛି । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ଏଠାରେ ପାରଦ ୫.୮ ଡିଗ୍ରୀ ରେକର୍ଡ ହୋଇଥିଲା । ଚଳିତ ଶୀତ ଋତୁରେ ଏହା ସବୁଠୁ କମ୍ ରାତି ତାପମାତ୍ରା । ହାଡ଼ଭଙ୍ଗା ଶୀତ ଯୋଗୁ ଏଠାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଶୀତ ସାଙ୍ଗକୁ କାଲୁଆ ପବନରେ ଲୋକେ ନାକେଦମ୍ ହୋଇଛନ୍ତି ।
ଜି ଉଦୟଗିରି ପରେ ସେମିଳିଗୁଡ଼ାରେ ପାରଦ ସର୍ବନିମ୍ନ ସ୍ତରକୁ ଖସିଥିଲା । ଏଠାରେ ରାତି ତାପମାତ୍ରା ଥିଲା ୭.୪ ଡିଗ୍ରୀ । ୧୩ ସହରରେ ରାତି ତାପମାତ୍ରା ୧୨ ଡିଗ୍ରୀ ତଳକୁ ଖସି ଆସିଥିଲା । ଦାରିଙ୍ଗିବାଡ଼ିରେ ୮ ଡିଗ୍ରୀ, ଫୁଲବାଣୀରେ ୯, ରାଉରକେଲାରେ ୧୦.୨, ଝାରସୁଗୁଡ଼ାରେ ୧୦.୬, ଅନୁଗୁଳରେ ୧୦.୬, କେନ୍ଦୁଝରରେ ୧୦.୮, ଚିପିଲିମାରେ ୧୧,କିରେଇରେ ୧୧.୩, ଭବାନୀପାଟଣାରେ ୧୧.୪, କୋରାପୁଟରେ ୧୧.୫ ଓ ନବରଙ୍ଗପୁରରେ ୧୧.୬ ଡିଗ୍ରୀ ରେକର୍ଡ ହୋଇଥିଲା ।
ଫୁଲବାଣୀରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୪.୨ ଡିଗ୍ରୀ ଖସିଛି । ଅନୁଗୁଳରେ ସ୍ୱାଭାବିକଠାରୁ ୭.୨ ଡିଗ୍ରୀ, ଝାରସୁଗୁଡ଼ାରେ ୬.୫ ଡିଗ୍ରୀ ଓ କେନ୍ଦୁଝରରେ ୪.୯ ଡିଗ୍ରୀ ତାପମାତ୍ରା କମ୍ ରେକର୍ଡ ହୋଇଛି । ଗୋପାଳପୁରରେ ରାତି ତାପମାତ୍ରା ୧୫.୭ ଡିଗ୍ରୀ ଥିବାବେଳେ ଏଠାରେ ସ୍ୱାଭାବିକଠାରୁ ୪.୯ ଡିଗ୍ରୀ ଖସିଛି । ଟିଟିଲାଗଡ଼ରେ ୧୪.୨ ଡିଗ୍ରୀ ରହିଥିଲା ଓ ସ୍ୱାଭାବିକଠାରୁ ୪.୫ ଡିଗ୍ରୀ କମିଥିଲା । ଚାନ୍ଦବାଲିରେ ୧୫.୮ ଡିଗ୍ରୀ ଥିବାବେଳେ ସ୍ୱାଭାବିକଠାରୁ ୩.୯ ଡିଗ୍ରୀ ଖସିଛି । ହୀରାକୁଦରେ ୧୫.୩ ଥିବାବେଳେ ସ୍ୱାଭାବିକଠାରୁ ୩.୨ ଡିଗ୍ରୀ ଖସିଛି ପାରଦ । ପୁରୀରେ ପାରଦ ୧୭.୮ ଡିଗ୍ରୀ ଥିଲା ଓ ସ୍ୱାଭାବିକଠାରୁ ୩.୫ ଡିଗ୍ରୀ କମିଛି ।
ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ପ୍ରବଳ ଥଣ୍ଡା ଓ ଶୀତଲହରୀ ଅନୁଭୂତ ହୋଇଛି । ଚଳିତଥର ପ୍ରଥମଥର ପାଇଁ ଏହି ଦୁଇ ସହରରେ ପାରଦ ୧୩ ଡିଗ୍ରୀ ପାଖାପାଖି ଖସି ଆସିଛି । କଟକରେ ୧୩.୬ ଓ ଭୁବନେଶ୍ୱରରେ ୧୩ ଡିଗ୍ରୀ ରହିଥିଲା । ଗୁରୁବାର ଭୁବନେଶ୍ୱରର ରାତି ତାପମାତ୍ରା ୧୬ ଡିଗ୍ରୀ, ଶୁକ୍ରବାର ୧୪.୮ ଡିଗ୍ରୀ ଥିଲା । ଶନିବାର ରାତିରେ ଏହା ୧୩ ଡିଗ୍ରୀକୁ ଖସିଛି । ଦୁଇ ଦିନରେ ଭୁବନେଶ୍ୱରର ପାରଦ ୩ ଡିଗ୍ରୀ କମିଛି । ଏଠାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୬.୪ ଡିଗ୍ରୀ କମିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ସେହିଭଳି କଟକରେ ସ୍ୱାଭାବିକଠାରୁ ୫.୧ ଡିଗ୍ରୀ କମ୍ ରହିଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme