Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ

Posted on December 15, 2025

ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ କିଡ୍‌ନୀ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି ଚାରି ଦିନ ମଧ୍ୟରେ ଗୋଟିଏ ପରିବାରର ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତରର ସୁରଧାପାଲି (ହୋତାପାଲି) ଗ୍ରାମରେ ୪ ଦିନ ମଧ୍ୟରେ ଗୋଟିଏ ପରିବାରର କକା ଓ ପୁତୁରାଙ୍କ ମୃତ୍ୟୁ କିଡ୍‌ନୀ ରୋଗର ହୋଇଥିବା ଅଭିଯୋଗ ହୋଇଛି। ହୋତାପାଲି ଗ୍ରାମର ଅନିଲ ଲାକ୍ରା (୫୦) ଓ ତାଙ୍କ ପୁତୁରା ଅମିତ ଲାକ୍ରା (୩୦)ଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଆତଙ୍କ ଖେଳେଇ ଯାଇଛି। ଅନୀଲଙ୍କ ଗତ ସୋମବାର ମୃତ୍ୟୁ ହୋଇଥିବାବେଳେ ଗୁରୁବାର ତାଙ୍କ ପୁତୁରା ଅମିତଙ୍କ ମୃତ୍ୟୁ ହୋଇଛି। ଅନୀଲ ଗତ ଦୁଇ ବର୍ଷ ହେଲା କିଡ୍‌ନୀ ରୋଗର ଆକ୍ରାନ୍ତ ଥିଲେ। ପ୍ରଥମେ ତାଙ୍କ ଜ୍ୱର ହେବାରୁ ତାଙ୍କ ବୀରମହାରାଜପୁର ମେଡିକାଲ ଯାଇଥିଲେ। ସେଠାରେ ପରୀକ୍ଷା ପରେ ତାଙ୍କୁ କିଡ୍‌ନୀ ରୋଗ ହୋଇଥିବା ଜାଣିବାକୁ ମିଳିଥିଲା। ଅନୀଲଙ୍କ ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ ନ ଥିଲା। ଏହା ସହିତ ସେ ଜଣେ ଗରିବ ବ୍ୟକ୍ତି ହୋଇଥିବାରୁ ତାଙ୍କର ଆର୍ଥିକ ଅବସ୍ଥା ଭଲ ନ ଥିଲା। ଜମି କେବଳ ୨ ଏକର ମାତ୍ର। ତାଙ୍କର ୪ ପୁଅ ଓ ୩ ଝିଅ। ସେମାନଙ୍କ ମଧ୍ୟରୁ ବଡ଼ ଦୁଇ ପୁଅ ବାହାର ରାଜ୍ୟକୁ ଦାଦନ ଯାଇ ପରିବାର ଚଳାଉ ଥିଲେ। ଏପଟେ ସ୍ବାସ୍ଥ୍ୟ କାର୍ଡ ନ ଥିବାରୁ ଏବଂ ଅର୍ଥ ଅଭାବରୁ ଯୋଗୁ ଅନିଲଙ୍କ ଅଧିକ ଚିକିତ୍ସା ହୋଇ ପାରି ନ ଥିଲା। ସୋମବାର ଅନିଲ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ନେଇଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ସେହିପରି ଅନିଲଙ୍କ ପୁତୁରା ଅମିତ ଲାକ୍ରାଙ୍କ ମୃତ୍ୟୁ ମଧ୍ୟ କିଡ୍‌ନୀ ରୋଗରେ ଗୁରୁବାର ହୋଇଛି। ଗତ ଅକ୍ଟୋବର ୨୫ରେ ତାଙ୍କୁ କିଡ୍‌ନୀ ହୋଇଥିବା ଜଣାପଡ଼ିଥିଲା। ସେ ବୀରମହାରାଜପୁର ମେଡିକାଲ ପରେ ସୋନପୁର ଜିଲା ମୁଖ୍ୟ ଚିକିତ୍ସାଳୟ, ବୁର୍ଲା ବଡ଼ ମେଡ଼ିକାଲ ଓ ଭୁବନେଶ୍ବରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ଗତ ଗୁରୁବାର ଅମିତ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ମେଡିକାଲକୁ ନେଉଥିବା ବେଳେ ବାଟରେ ମୃତ୍ୟୁ ହୋଇଥିଲା। ମୃତ ଅମିତ ବିବାହିତ ହୋଇଥିବାବେଳେ ତାଙ୍କର ଗୋଟିଏ ଦୁଇ ବର୍ଷର ପୁଅ ଓ ୮ ବର୍ଷର ଝିଅ ଅଛନ୍ତି। ଅମିତ ମଧ୍ୟ ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି। ସେ ମଧ୍ୟ ଦାଦନ ଯାଇ ତାଙ୍କ ପରିବାର ଚଳାଇଥିଲେ। ଅମିତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଅସହାୟ ହୋଇପଡ଼ିଛି। ଗୋଟିଏ ପରିବାରର ଦୁଇ ଦୁଇ ଜଣଙ୍କ ମୃତ୍ୟୁ ହୋଇ ପଡ଼ିଥିବାବେଳେ ତାଙ୍କ ପରିବାର ଅସହାୟ ହୋଇପଡ଼ିଛନ୍ତି। ଏହା ବ୍ୟତୀତ ଅମିତଙ୍କ ବାପା ବିର୍ସା ଲାକ୍ରା ମଧ୍ୟ ୪ ବର୍ଷ ହେବା କିଡ୍‌ନୀରେ ଆକ୍ରାନ୍ତ ହୋଇ ଏବେ ଆର୍ଥିକ ସମସ୍ୟା ଯୋଗୁ ଆୟୁର୍ବେଦିକ ଔଷଧ ବ୍ୟବହାର କରୁଛନ୍ତି। ତେବେ ପରିବାରରେ ନିଜ ଭାଇ ଓ ପୁତ୍ରଙ୍କ କିଡ୍‌ନୀରେ ମୃତ୍ୟୁ ପରେ ସେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି। ଏନେଇ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟର ମେଡିକାଲ ଅଫିସର ଡ. ସୁବାସ ପଣ୍ଡାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କଲ ଗ୍ରହଣ କରି ନ ଥିଲେ। ତେଣୁ ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହେଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme