Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୪ଅଭିଯୁକ୍ତ ଗିରଫ , ୨ ବାଇକ ସହ ମାରଣାସ୍ତ୍ର ଜବତ

Posted on October 23, 2025

ଡକାୟତି ଯୋଜନା ପଣ୍ଡ

ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଗଜପତିନଗର ରେ ଡକାୟତି ଯୋଜନା କରୁଥିବା ଅଭିଯୋଗ ରେ ପୁଲିସ ୪ ଜଣ ଙ୍କୁ ଗିରଫ କରିଛି।ଅଭିଯୁକ୍ତ ମାନେ ହେଲେ କାଳୀନଗର ର ଆଶିଷ ବେହେରା(୧୯),ଖଲିଆକାନୀ ର ଅଭିଷେକ ଭୋଇ (୨୨)
କାଳୀନଗରର ବିଶାଲ ବେହେରା (୨୭), ଖଲିଆକାନିର ଅମୀର ମହାରାଣା (୨୪)।ଘଟଣା ଷ୍ଟେଲରୁ ୩ ଟି ମୋବାଇଲ , ନଗଦ ୨୨୭୦ ଟଙ୍କା, ୨ ଟି ବାଇକ ( ନମ୍ବର ଓଡ଼ି-୨୩-ଆର-୩୩୮୮, ଓଡ଼ି-୨୩-ଏସ-୨୫୩୭ ) , ଦୁଇଟି ଖଣ୍ଡା, ଦୁଇ ଟି ଲୁହା ରଡ୍, ଗୋଟିଏ ଛୁରୀ, ଦୁଇ ଟି ଟର୍ଚ୍ଚଲାଇଟ୍, ୨ଟି ଖାଲି ମଦ ବୋତଲ, ପାଣି ବୋତଲ, ଡିସପୋଜଲ୍ ଗ୍ଲାସ୍ ଜବତ ହୋଇଛି। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍ ଡ଼ି ପି ଓ ଚିନ୍ତାମଣି ପ୍ରଧାନ ସୂଚନା ଦେଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ମଧ୍ୟରାତ୍ରିରେ ଓରିଏଣ୍ଟ ଥାନା ଏ ଏସ ଆଇ ପି ପଟେଲ କର୍ମଚାରୀମାନଙ୍କ ସହିତ ରାତ୍ରି ପାଟ୍ରୋଲିଂ ଡ୍ୟୁଟି କରୁଥିବା ସମୟରେ ଗଜପତିନଗର ପୋଖରୀ ନିକଟରେ ଅପରାଧୀମାନେ ଡକାୟତି କରିବା ପାଇଁ ମାରଣାସ୍ତ୍ର ଧରି ଏକତ୍ରିତ ହେଉଥିବା ବିଶ୍ୱସ୍ତ ସୂଚନା ପାଇଥିଲେ। ଏହି ସୂଚନା ପାଇ ରାତ୍ରି ପାଟ୍ରୋଲିଂ ଦଳ ଘଟଣାସ୍ଥଳକୁ ଯାଇ ଚଢ଼ାଉ କରି ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଅନ୍ଧାର ର ସୁଯୋଗ ପାଇ ୨ ଜଣ ଖସି ଯିବାରେ ସଫଳ ହୋଇଥିଲେ। ପୋଲିସ ଦଳ ଦ୍ୱାରା ତଲାସି ପରେ ନିମ୍ନଲିଖିତ ଅଭିଯୁକ୍ତଙ୍କ ନିକଟରୁ ଉପରୋକ୍ତ ଜିନିଷ ଜବତ କରାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme