Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୩ ବଖରା ଘର ଭାଙ୍ଗିଦେଲା ଦନ୍ତା ହାତୀ। ଜୀବନ ବିକଳରେ କେନାଲ ଭିତରକୁ ପଶି ରାତି ତମାମ ରହିଲେ ଦୁଇ ପରିବାର।

Posted on January 7, 2026

ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଜନ୍ତାରିବୋଲ ଗାଁ ପାଖ କେନାଲ ନିକଟରେ ଦନ୍ତା ହାତୀର ତାଣ୍ଡବ ଦେଖିବାକୁ ମିଳିଛି। ଦନ୍ତା ହାତୀ ଉତ୍ପାତ ଯୋଗୁଁ ଦୁଇଟି ପରିବାରର ୩ ବଖରା ଘର ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହ ଅଳ୍ପକେ ପରିବାରର ସଦସ୍ୟ ମାନେ ବର୍ତ୍ତି ଯାଇଛନ୍ତି। ତେବେ ବିଳମ୍ବିତ ରାତିରେ ମୁନି ସାହୁ ଏବଂ ଚନ୍ଦ୍ର ମୁଣ୍ଡାଙ୍କ ପରିବାର ଲୋକେ ଘର ଭିତରେ ଶୋଇଥିବା ବେଳେ ଏକ ଦନ୍ତା ହାତୀ ଆସି ଘର ଭାଙ୍ଗିଥିଲା। ଫଳରେ ଦୁଇ ପରିବାର ଜୀବନ ବିକଳରେ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ଭିତରକୁ ପଶି ଯାଇଥିଲେ। ଜୀବନ ବଞ୍ଚାଇବା ପାଇଁ ରାତି ସାରା ଦୁଇ ପରିବାର ଲୋକେ କେନାଲ ଭିତରେ ରହିଥିଲେ। ତେବେ ଦନ୍ତା ଉତ୍ପାତ ଯୋଗୁଁ ଦୁଇ ପରିବାରର ଲୋକମାନେ ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି। ତୁରନ୍ତ ସେମାନଙ୍କୁ ସରକାରୀ ସହାୟତା ଯୋଗେଇ ଦେବାକୁ ଦାବି ହୋଇଛି। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦନ୍ତା ହାତୀଟିକୁ ଅନନ୍ତପୁର ସଂରକ୍ଷିତ ଜଙ୍ଗଲକୁ ଘଉଡ଼ାଇ ଦେଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme