Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୩୧ ଓ ୧ରେ ଅପରାହ୍ଣ ୩ଟା ସୁଦ୍ଧା ହେବ ଧ୍ୱଜା ବନ୍ଧା

Posted on December 30, 2025

ଇଂରାଜୀ ନବବର୍ଷ ଉପଲକ୍ଷେ ଆସନ୍ତା ୩୧ ଓ ୧ ତାରିଖରେ ପ୍ରବଳ ଭିଡ଼ ତଥା ଜନଗହଳି ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଧ୍ୱଜା ବନ୍ଧା ନୀତି ଅପରାହ୍ଣ ୩ଟା ସୁଦ୍ଧା ଶେଷ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଇୀ ନିର୍ଦ୍ଦେଶ ଦେଇଛନ୍ତି | ଏନେଇ ଧ୍ୱଜା ବନ୍ଧା ସେବା ପ୍ରଦାନ କରୁଥିବା ଚୁନରା ସେବକଙ୍କୁ ଆଦେଶ ଦିଆଯାଇଛି। ଅପରାହ୍ଣରେ କମ୍ ଗହଳି ମଧ୍ୟରେ ଧ୍ୱଜା ବନ୍ଧା ହେବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ଡ. ପାଢ଼ୀ ସୂଚନା ଦେଇଛନ୍ତି ।

ଏଥିପାଇଁ ଅପରାହ୍ଣ ସାଢ଼େ ୧ଟା ସୁଦ୍ଧା ଧ୍ୱଜା ବନ୍ଧା ରସିଦ କରାଯାଇ ୧ଟା ୪୫ ସୁଦ୍ଧା ଧ୍ୱଜାଗୁଡ଼ିକୁ ଚୁନରା ପାଳିଆ ସେବକଙ୍କୁ ହସ୍ତାନ୍ତର ପାଇଁ ଲେଙ୍କା ସେବକଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ଏଥିସହ ଘଣ୍ଟି ଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶ ଓ ପ୍ରସ୍ଥାନ ସୁଗମ କରିବା ତଥା ଗହଳି ନିୟନ୍ତ୍ରଣ ପାଇଁ ଚୁନରା ସେବକମାନେ କୌଣସି ଉଲାଗି ଧ୍ୱଜା ଗାରଦ ପଶ୍ଚାତ ଭାଗରେ ବିକ୍ରୟ ନ କରିବା ପାଇଁ ବାରଣ କରାଯାଇଛି । ଏହାକୁ ନିଶ୍ଚିତ କରାଯିବାକୁ ଶ୍ରୀମନ୍ଦିର କମାଣ୍ଡର ଏବଂ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଚୂନରା ସେବକମାନଙ୍କର ସହଯୋଗ କାମନା କରିବା ସହ କୌଣସି ବ୍ୟତିକ୍ରମ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme