Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୨୮ରୁ ବଜେଟ୍ ଅଧିବେଶନ,  ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ

Posted on January 10, 2026

ବଜେଟ୍ ଅଧିବେଶନ ଆରମ୍ଭ ହେବାର ତାରିଖକୁ ନେଇ ସସପେନ୍ସ ଶେଷ ହୋଇଛି। ସରକାରଙ୍କ ଦ୍ୱାରା ମଞ୍ଜୁର କରାଯାଇ ଥିବା ଏକ ପ୍ରସ୍ତାବ ଅନୁସାରେ, ସଂସଦର ବଜେଟ୍ ଅଧିବେଶନ ୨୮ ଜାନୁଆରୀରୁ ୨ ଅପ୍ରେଲ୨୦୨୬ ଯାଏ ଦୁଇଟି ପ୍ରର୍ଯ୍ୟାୟରେ ଅନୁଷ୍ଠିତ ହେବ। ଅଧିବେଶନର ପ୍ରଥମ ପର୍ଯ୍ୟାୟ ୨୮ ଜାନୁଆରୀରୁ ୧୩ ଫେବ୍ରୁଆରୀ ଯାଏ ଚାଲିବ, ଏହାପରେ ଅବକାଶ ହେବ। ସଂସଦର ଦ୍ୱିତୀୟ ପର୍ଯ୍ୟାୟର ଆରମ୍ଭ ୯ ମାର୍ଚ୍ଚରେ ହେବ ଏବଂ ୨ ଅପ୍ରେଲରେ ସମାପନ ହେବ। କେନ୍ଦ୍ର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରେନ ରିଜିଜୁ ନିଜର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି।

ହେଲେ , ଏହା ସ୍ପଷ୍ଟ ହୋଇ ପାରିନାହିଁ ଯେ, ସାଧାରଣ ବଜେଟ୍ ୧ ଫେବ୍ରୁଆରୀରେ ହିଁ ଉପସ୍ଥାପିତ କରାଯିବ କି ନାହିଁ। ଉଲ୍ଲେଖନୀୟ ଯେ, ଦେଶର ସାଧାରଣ ବଜେଟ୍ ଆଗାମୀ ୧ ଫେବ୍ରୁଆରୀରେ ହିଁ ଉପସ୍ଥାପନ କରାଯାଉଛି କିନ୍ତୁ ଚଳିତ ଥର ଏହି ତାରିଖ ରବିବାରରେ ପଡ଼ୁଛି। ଏଥିରେ ଅନୁମାନ କରାଯାଉଛି ଯେ, ରବିବାର ଦିନ ବଜେଟ୍ ଉପସ୍ଥାପନ କରାଯିବ କି ନାହିଁ। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁଙ୍କ ସୋସିଆଲ ମିଡ଼ିଆ ପୋଷ୍ଟରେ ମଧ୍ୟ ଉଲ୍ଲେଖ ହୋଇ ନାହିଁ।

ବଜେଟ୍ ଅଧିବେଶନ ବେଳେ ପ୍ରଥମ ଦିନ ଦୁଇ ଗୃହର ମିଳିତ ବୈଠକରେ ରାଷ୍ଟ୍ରପତିଙ୍କର ଅଭିଭାଷଣ ହୋଇଥାଏ ଏବଂ ଏହାପରେ ଆର୍ଥିକ ସର୍ବେକ୍ଷଣ ଉପସ୍ଥାପିକ କରାଯାଏ। ଗତ କିଛି ବର୍ଷର ପରମ୍ପରା ଅନୁସାରେ, ଏହାର ଆଗାମୀ ଦିନ ୧ ଫେବ୍ରୁଆରୀରେ ବଜେଟ୍ ଉପସ୍ଥାପିତ କରାଯାଏ । ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଓ ବଜେଟ୍ ଉପରେ ଆଲୋଚନା ହୋଇଥାଏ। ଏହାପରେ ଅବକାଶ ବେଳେ ସଂସଦର ସମିତି ଗୁଡ଼ିକ ବଜେଟ୍ ଉପରେ ମନ୍ତ୍ରଣାଳୟ-ୱାର ବିସ୍ତୃତ ଆଲୋଚନା କରିଥାଏ। ଦ୍ୱିତୀୟ ପର୍ଯ୍ୟାୟରେ ଆର୍ଥିକ ବିଲ୍ ଓ ଅନୁଦାନ ଦାବି ଉପରେ ଆଲୋଚନା ହୋଇଥାଏ ଏବଂ ସେଗୁଡ଼ିକୁ ପାରିତ କରାଯାଏ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme