Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୨୬ କିଲୋ ଗଞ୍ଜେଇ ଜବତ, ଦୁଇ ମାଫିଆ ଗିରଫ

Posted on December 20, 2025

 ଗଜପତିଜିଲ୍ଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର ସହ ୨୬ କିଲୋ ଗଞ୍ଜେଇ ଜବତ। ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଅଭିଯୋଗରେ ୨ ଜଣ ଆନ୍ତରାଜ୍ୟ ମାଫିଆକୁ ଗିରଫ କରାଯାଇଛି। ଗିରଫ ଦୁଇଜଣ ହେଲେ ମଧ୍ୟପ୍ରଦେଶର ରାଜ୍ୟର ବିକାଶ କାଠୁଆଶ ଓ ରୀତୁ ମିନା । ଏନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି । 

ଏନେଇ ଅଡବା ଥାନାରେ କେସ ନମ୍ବର ୧୯୪/୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ବେଳେ ଉକ୍ତ ଗଞ୍ଜେଇ ନଳାଘାଟ ଅଞ୍ଚଳରୁ ମଧ୍ୟପ୍ରଦେଶକୁ ଚାଲାଣ ହେଉଥ‌ିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଗଞ୍ଜେଇ ଚାଲାଣର ତରିକା ବଦଳାଇଲେ ମାଫିଆ। ପତ୍ର ବଦଳରେ ଗଞ୍ଜେଇ ତେଲ ବିକ୍ରି କରିବା ଆରମ୍ଭ କରିଛନ୍ତି। ପ୍ରଥମଥର ଏଭଳି ତରଳ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ମାଲକାନଗିରି ପୁଲିସ। କିଛି ମାସ ତଳେ ତେଲୁଗୁ ଚଳଚ୍ଚିତ୍ର ‘ଘାଟି’ ସିଲଭର ସ୍କ୍ରିନ୍‌କୁ ଆସିଥିଲା। ଗଞ୍ଜେଇ ଚାଲାଣର ନୂଆ କୌଶଳ, ଗଞ୍ଜେଇ ତେଲର ଉଚ୍ଚାମୂଲ୍ୟ ଏବଂ ଅନ୍ତର୍ଜାତୀୟ ବଜାରରେ ରହିଥିବା ଚାହିଦା ଆଦି ଏହି ସିନେମାରେ ନିଖୁଣ ଭାବେ ପ୍ରଦର୍ଶିତ ହୋଇଥିଲା। ତେବେ ମାଫିଆ ସିନେମାର ସେହି ଦୃଶ୍ୟଗୁଡ଼ିକୁ ବାସ୍ତବ ଜୀବନରେ ଆପଣାଇଥିବା ଏବେ ଦେଖିବାକୁ ମିଳିଛି। ପ୍ରଚୁର ଗଞ୍ଜେଇ ପତ୍ର ନେବାକୁ ବଡ଼ ଗାଡ଼ିର ଆବଶ୍ୟକତା ରହିଥାଏ।

ଏଥିପାଇଁ ଧରାପଡ଼ିବାର ସମ୍ଭାବନା ଅଧିକ। ତେଣୁ ପୁଲିସ ଏବଂ ଅବକାରୀ ବିଭାଗକୁ ଚକମା ଦେବାକୁ ଗଞ୍ଜେଇ ପତ୍ରକୁ ଆଧୁନିକ ଜ୍ଞାନକୌଶଳର ବିନିଯୋଗ କରି ତେଲରେ ରୂପାନ୍ତର କରିବା ଆରମ୍ଭ କରିଛନ୍ତି ମାଫିଆ। ଯାହାକୁ ଚିତ୍ରକୋଣ୍ଡା ଅଞ୍ଚଳରୁ ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା ଥିଲା। କିନ୍ତୁ କୌଣସି ସୂତ୍ରରୁ ଏହି ଖବର ଚିତ୍ରକୋଣ୍ଡା ପୁଲିସ ନିକଟରେ ପହଞ୍ଚିଥିଲା। ପୁଲିସ ତତ୍ପରତା ପ୍ରକାଶ କରି ଏସାର ଛକରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଘଟଣାସ୍ଥଳରୁ ୮ଜଣ ସନ୍ଦିଗ୍ଧ ଚମ୍ପଟ ମାରିଥିଲେ। ସେମାନଙ୍କୁ ପିଛା କରିଥିଲେ ସୁଦ୍ଧା କାବୁ କରିବାରେ ପୁଲିସ ବିଫଳ ହୋଇଥିଲା।

ଘଟଣାସ୍ଥଳରୁ ପୁଲିସ ୮ଟି ବାଇକ୍‌ ଜବତ କରି ଯାଞ୍ଚ କରିଥିଲା। ଛୋଟ ଛୋଟ ପଲିଥିନ୍‌ରେ ପ୍ୟାକ୍‌ ହୋଇଥିବା ତରଳ ପଦାର୍ଥକୁ ଯାଞ୍ଚ କରିବାରୁ ତାହା ଗଞ୍ଜେଇରୁ ପ୍ରସ୍ତୁତ ହୋଇଥିବା ତେଲ ବୋଲି ପୁଲିସ ସ୍ପଷ୍ଟ ହୋଇଥିଲା। ଜବତ ହୋଇଥିବା ୬୦କେଜି ଗଞ୍ଜେଇ ତେଲର ମୂଲ୍ୟ ୮କୋଟି ଟଙ୍କା ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି ଏସ୍‌ପି ବିନୋଦ ପାଟିଲ ଏଚ୍‌. ସୂଚନା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ରଶ୍ମିରଂଜନ ସେନାପତି, ବାଲିମେଳା ଏସ୍‌ଡିପିଓ ପ୍ରଦୋଷ ପ୍ରଧାନ, ଚିତ୍ରକୋଣ୍ଡା ଥାନା ଆଇଆଇସି ଓ.ନାରାୟଣ ଖଣ୍ଡାଇ ପ୍ରମୁଖ ଉପସ୍ଥିତ ଥିଲେ। ତରଳ ଗଞ୍ଜେଇ କେଉଁଠି ପ୍ରସ୍ତୁତ ହେଉଛି ତାହାର ମୂଳରେ ପହଞ୍ଚିବାକୁ ପୁଲିସ ଜୋର୍‌ଦାର ପ୍ରୟାସ କରୁଥିବା ଜଣାପଡ଼ିଛି। ଗଞ୍ଜେଇ ତେଲର କିଲୋ ପିଛା ଦର ୨୦ଲକ୍ଷ ଟଙ୍କାରୁ ଅଧିକ ହୋଇଥିଲା ବେଳେ ଚାଲାଣ କରିବା ସୁବିଧା ଏବଂ ସହଜ। ଗଞ୍ଜେଇ ଚାଲାଣର ଏହି ନୂଆ ତରିକା ଆଗକୁ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme