Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧୮୦ରୁ ଅଧିକ ବିମାନ ଉଡାଣ ବାତିଲ: ଖସିଲା ଇଣ୍ଡିଗୋର ସେୟାର, ଆକ୍ସନରେ ଡିଜିସିଏ

Posted on December 4, 2025

ବିମାନ କମ୍ପାନୀ ଇଣ୍ଡିଗୋ ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି। ବିମାନ ଉଡାଣ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଦୁଇ ଦିନରେ ୩୦୦ ରୁ ଅଧିକ ବିମାନ ବାତିଲ ହୋଇସାରିଲାଣି। ଗୁରୁବାର ୨୦୦ ବିମାନ ଏବଂ ଗୁରୁବାର ୧୮୦ ବିମାନ ବାତିଲ ହେବା ଫଳରେ ପୁରା ଦେଶରେ ଏୟାରପୋର୍ଟ ଗୁଡ଼ିକରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ନୂଆ ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ୍ ଯୋଗୁଁ କ୍ରିଉ ସଦସ୍ୟଙ୍କ ଅଭାବ, ସିଷ୍ଟମରେ ସ୍ଲୋଡାଉନ୍ ଯୋଗୁଁ ଏଭଳି ସ୍ଥିତି ଉପୁଜୁଛି। ବିମାନ କମ୍ପାନୀ ଏହି ଅଘଟଣ ପାଇଁ କ୍ଷମା ପ୍ରାର୍ଥନା କରିଛି। ଶୁକ୍ରବାର ପର୍ଯ୍ୟନ୍ତ ଆହୁରି ବାତିଲ ପାଇଁ ପ୍ରସ୍ତୁତ ରହିବାକୁ ଯାତ୍ରୀମାନଙ୍କୁ ସତର୍କ କରାଯାଇଛି। 

ଇଣ୍ଡିଗୋର ଏହି ସମସ୍ୟା ଯୋଗୁଁ ଯାତ୍ରୀମାନେ ଖୁବ୍ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନେକ ଯାତ୍ରୀ ଘଣ୍ଟା ଘଣ୍ଟା ଧରି ବିମାନବନ୍ଦରରେ ସେମାନଙ୍କ ବିମାନ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ସେମାନଙ୍କ ବିମାନ ବାତିଲ କରାଯାଇଥିଲା। ଗୁରୁବାର ହାଇଦ୍ରାବାଦ ଏବଂ ଦିଲ୍ଲୀ ବିମାନବନ୍ଦରରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଲୋକମାନେ ଏବେ ବିମାନ କମ୍ପାନୀର ତ୍ରୁଟି ଉପରେ ସୋସିଆଲ ମିଡିଆରେ ସେମାନଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି। ଇଣ୍ଡିଗୋ ବ୍ୟତୀତ ଅନ୍ୟ ଏୟାରଲାଇନ୍ସ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛି। ଏହି କାରଣରୁ ବିମାନ ଭଡା ମଧ୍ୟ ବଡିଯାଇଛି। ଦିଲ୍ଲୀରୁ ମୁମ୍ବାଇ ବିମାନ ଭଡା ୨୦ ହଜାର ଟଙ୍କା ପାର କରିଛି। ଏହି ଘଟଣା ପରେ ବେସାମରିକା ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାର ଲାଇନ୍ସକୁ ଜବାବ ମାଗିଛି। ଡିଜିସିଏ କହିଛି, ଏତେ ସଂଖ୍ୟକ ବିମାନ କାହିଁକି କ୍ୟାନସେଲ କରାଯାଇଛି ? ଏହା ସହ ଆଗକୁ ବିମାନ କ୍ୟାନସେଲ୍ ଓ ବିଳମ୍ବ ନହେବାକୁ ନେଇ ଏକ ଯୋଜନା ପ୍ରସ୍ତୁତ କରିବାକୁ କହିଛି।

ଇଣ୍ଡିଗୋ ବିମାନ ବନ୍ଦ ଯୋଗୁଁ ଦେଶର ପ୍ରାୟ ପ୍ରତ୍ୟେକ ବିମାନବନ୍ଦର ପ୍ରଭାବିତ ହେଉଛି। ଦିଲ୍ଲୀ, ବେଙ୍ଗାଲୁରୁ, ଇନ୍ଦୋର, ଅହମ୍ମଦାବାଦ, ହାଇଦ୍ରାବାଦ, ବାରାଣସୀ ଏବଂ ସୁରଟ ବିମାନବନ୍ଦରରେ ଯାତ୍ରୀମାନେ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେପଟେ ବିମାନ କମ୍ପାନୀ ଇଣ୍ଡିଗୋର ସେୟାରରେ ଗୁରୁବାର ହ୍ରାସ ଦେଖିବାକୁ ମିଳିଛି। ଇଣ୍ଟରଗ୍ଲୋବାଲ ଆଭିଏସନ୍‌ ସେୟାରର ପ୍ରାରମ୍ଭିକ କାରବାର ୩.୩୧% ହ୍ରାସ ପାଇ ୫୪୦୭.୩୦ ଟଙ୍କାରେ ଆସିଯାଇଛି। ସେଭଳି ଗତ ଥର ୫୫୯୨.୫୦ ଟଙ୍କାରେ ବନ୍ଦ ହୋଇଛି। କମ୍ପାନୀର ମୋଟ ୦.୨୧ ଲକ୍ଷ ସେୟାରର ଲେଣ-ଦେଣ ହୋଇଛି ଓ ମୋଟ ୧୩.୦୭ କୋଟି ଟଙ୍କାର କାରବାର ହୋଇଛି। କମ୍ପାନୀର ମାର୍କେଟ କ୍ୟାପିଟାଲାଇଜେସନ୍ ହ୍ରାସ ପାଇ ୨.୧୪ ଲକ୍ଷ କୋଟି ହୋଇ ଯାଇଛି। ଇଣ୍ଟର ଗ୍ଲୋବାଲ ଆଭିଏସନର ସେୟାର ୫,୧୦,୨୦,୫୦,୧୦୦ ଓ ୨୦୦ ଦିନ ମୁଭିଂ ଆଭରେଜର ତଳେ କାରବାର କରୁଛି। ସେୟାର ଗତ ଏକ ବର୍ଷରେ ୨୬% ଓ ଚଳିତ ବର୍ଷ ଆରମ୍ଭରୁ ୨୦.୬୬% ରେକର୍ଡ କରାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme