Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧୭୧ କିଲୋ ଗଞ୍ଜେଇ ଜବତ, ଜଣେ ଅଟକ

Posted on October 30, 2025

ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଭୁବନେଶ୍ୱର ଜୋନାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦଳ । କାର୍‌ରୁ ଜବତ ହେଲା ୧୭୧ କେଜି ଗଞ୍ଜେଇ । ଧରାପଡ଼ିଲା ଚାଲାଣକାରୀ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ବୁଧବାର ଏକ କାର୍‌ରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ କରାଯାଉଥିଲା । ଖବର ପାଇ ଭୁବନେଶ୍ୱର ଜୋନାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗାଡ଼ିଟିକୁ ଅଟକାଇଥିଲେ । ଏହା ଦେଖି ଚାଲାଣକାରୀମାନେ ଖସି ପଳାଇଯିବାକୁ ଚେଷ୍ଟା କରିଥିଲେ । NCB ଟିମ୍ ଗାଡ଼ିଟିକୁ ପ୍ରାୟ ୪୦-୫୦ କିଲୋମିଟର ପର୍ଯ୍ୟନ୍ତ ପିଛା କରିଥିଲା । ଏହା ଦେଖି ଚାଲାଣକାରୀମାନେ କରଞ୍ଜିଆ ଜଙ୍ଗଲ ଭିତରେ ଗାଡ଼ି ଛାଡ଼ି ପଳାଇଯିବାକୁ ଚେଷ୍ଟା କରିଥିଲେ । ହେଲେ NCB ଟିମ୍ ଜଣଙ୍କୁ ଧରିବାରେ ସଫଳ ହୋଇଛି । ଏହା ସହ ଚାଲାଣରେ ବ୍ୟବହାର ହେଉଥିବା ଗାଡ଼ି ଏବଂ ସେଥିରେ ଥିବା ୧୭୧ କେଜି ଗଞ୍ଜେଇ ମଧ୍ୟ ଜବତ କରିଛି । ଏହି ଚାଲାଣରେ ଆଉ କିଏ କିଏ ସାମିଲ ଅଛନ୍ତି ତାହା ଜାଣିବା ପାଇଁ ତଦନ୍ତ ଚାଲିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme