
ରାୟଗଡା ଜିଲ୍ଲାର ମୁନିଗୁଡା ଉପକଣ୍ଠ ଏଜ ଘରେ ଗୋଟିଏ ୧୫ ଫୁଟ ଲମ୍ବା ଅହିରାଜ (କିଙ୍ଗ କୋବ୍ରା) ଦେଖି ଅଞ୍ଚଳରେ ଭୟ ଓ ଉତ୍ସୁକତା ସୃଷ୍ଟି ହୋଇଥିଲା। ପରିବାରଲୋକେ ତୁରନ୍ତ ମୁନିଖୋଲ ଅଞ୍ଚଳର ସାପ ଧରୁଥିବା ଯୁବକ ଜଳନ୍ଧର ଗୁମ୍ଫାଙ୍କୁ ସୂଚନା ଦେଇଥିଲେ। ଜଳନ୍ଧର ସେଠାରେ ପହଞ୍ଚି ସାପକୁ ସୁରକ୍ଷାରେ ଧରି ନିକଟସ୍ଥ ମସାଣି ନାଳ ଜଙ୍ଗଲରେ ଦେଇଥିବା ଜଣା ପଡିଛି ।
ଏହି ଅହିରାଜ ପ୍ରଜାତିର ସାପ ଓଡ଼ିଶାରେ କମ ଦେଖିବାକୁ ମିଳୁଥିବା ବେଳେ ଚାଇନା ଓ ଜାପାନରେ ଅଧିକ ଦେଖାଯାଏ। ଜଳନ୍ଧର କହିଛନ୍ତି, “ସାପ ଓ ଲୋକ ଦୁହେଁର ସୁରକ୍ଷା ଅତ୍ୟାବଶ୍ୟକ, ତେଣୁ ମାରିବା ନୁହେଁ, ରକ୍ଷା କରିବା ଆମ ଦାୟିତ୍ୱ।”
