Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧୦ ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣକୁ ଗୁରୁତ୍ବ

Posted on November 13, 2025

ଡେରେଜାଙ୍ଗ ଜଳଭଣ୍ଡାରରେ ଜଳକ୍ରୀଡ଼ାର ମଜା ନେବେ ପର୍ଯ୍ୟଟକ। ଦ୍ବିତୀୟ ଚିଲିକାରେ ପ୍ରକୃତି ପର୍ଯ୍ୟଟନ ସହ ଜମିବ ଭୋଜିଭାତର ଆସର। ଏପଟେ ରେଙ୍ଗାଳି ଜଳଭଣ୍ଡାରରେ ବିକଶିତ ହେବ ପର୍ଯ୍ୟଟନ ଭିତ୍ତିଭୂମି। ପର୍ଯ୍ୟଟକଙ୍କ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ପୂର୍ବରୁ ଏମିତି ଯୋଜନା କରିଛି ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ। ଏଥିପାଇଁ ପର୍ଯ୍ୟଟନସ୍ଥଳୀକୁ ସଜାଡ଼ିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରର ପୁନରୁଦ୍ଧାର କାମ ଆରମ୍ଭ ହୋଇଛି। କିଛି ସ୍ଥାନରେ ଭିତ୍ତିଭୂମି ଉପରେ ଗୁରୁତ୍ବ ଦିଆଯାଉଥିଲା ବେଳେ କେତେକ ପୀଠରେ ସୌନ୍ଦର୍ଯ୍ୟୀକରଣ ଚାଲିଛି। ବିଶେଷକରି ପ୍ରକୃତି ପର୍ଯ୍ୟଟନ ଓ ଧାର୍ମିକ ପର୍ଯ୍ୟଟନ ଉପରେ ଫୋକସ୍‌ କରାଯାଇଛି। ଜିଲ୍ଲାରେ ଥିବା ବିଭିନ୍ନ ଜଳଭଣ୍ଡାର ଓ ମହାନଦୀ କୂଳରେ ପର୍ଯ୍ୟଟକଙ୍କୁ କିଛି ସମୟ ବାନ୍ଧି ରଖିବା ପାଇଁ ଅନେକ ଯୋଜନା ହୋଇଛି। ସେହିପରି ଜିଲ୍ଲାର ଧର୍ମପୀଠଗୁଡ଼ିକର ବିକାଶ ପାଇଁ ଟଙ୍କା ଅଜାଡ଼ି ଦେଇଛି ପ୍ରଶାସନ। ସବୁଠି ଜୋର୍‌ସୋରରେ କାମ ଚାଲିଥିଲା ବେଳେ ଜାନୁଆରି ସୁଦ୍ଧା ବହୁ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ଟାର୍ଗେଟ୍‌ ଦିଆଯାଇଛି।

ପର୍ଯ୍ୟଟନ ବିଭାଗର ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାର ପ୍ରାୟ ୧୦ଟି ପର୍ଯ୍ୟଟନକେନ୍ଦ୍ରର ଏବେ ଉନ୍ନତୀକରଣ ଚାଲିଛି। କିଛି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସହର ଉପକଣ୍ଠ ଅଙ୍ଗାରବନ୍ଧ ମହିମାଧାମର ଉନ୍ନତୀକରଣ ପାଇଁ ୫୦ ଲକ୍ଷ, ଖୁଲୁଡ଼ି ମନ୍ଦିର ପାଇଁ ୮୪ ଲକ୍ଷ, ବିନିକେୟୀ ମନ୍ଦିର ପାଇଁ ୫୬ ଲକ୍ଷ, ମାହେଶ୍ବରୀ ମନ୍ଦିର ପାଇଁ ୩୭ ଲକ୍ଷ, କୋଶଳା ରାମଚଣ୍ଡୀ ମନ୍ଦିର ପାଇଁ ୫୬ ଲକ୍ଷ, ପାତ୍ରପଡ଼ା ବାୟାଣୀ ପୀଠ ପାଇଁ ୭୭ ଲକ୍ଷ, ଅନୁଗୁଳ ଜଗନ୍ନାଥ ମନ୍ଦିର ପାଇଁ ୨୩ ଲକ୍ଷ ଟଙ୍କା, ମନ୍ଦରଗିରି ପାଇଁ ୫୫ ଲକ୍ଷ ଟଙ୍କା, ପୁରୁଣାଗଡ଼ ଜଗନ୍ନାଥ ମନ୍ଦିର ପାଇଁ ୩୧ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏ ଭିତରୁ ମହିମାଧାମ ଓ ଅନୁଗୁଳ ଜଗନ୍ନାଥ ମନ୍ଦିର କାମ ଶେଷ ହୋଇଗଲାଣି। ଅନ୍ୟ ସବୁ କାମ ଚାଲିଛି। ଏହି ସବୁ ସ୍ଥାନରେ ଭିତ୍ତିଭୂମିର ବିକାଶ ସହ ପର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ଯୋଗାଇବା ଉପରେ ଗୁରୁତ୍ବ ଦିଆଯାଇଛି। ସେହିପରି ପୀଠଗୁଡ଼ିକର ସୌନ୍ଦର୍ଯ୍ୟୀକରଣ ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଯେମିତି କିଛି ସମୟ ଭଲରେ ବିତାଇ ପାରିବେ ଓ ସୁଖଦ ଅନୁଭବ ନେଇ ଫେରିବେ ତାକୁ ନଜରରେ ରଖାଯାଇଛି।

ସେହିପରି ଡେରେଜାଙ୍ଗ ଜଳଭଣ୍ଡାରରେ ଜଳକ୍ରୀଡ଼ା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହେଉଛି। ଏଠାରେ ପର୍ଯ୍ୟଟକ ବୋଟିଂ ସହ ଭୋଜିଭାତର ମଜା ନେବେ। ଏଥିପାଇଁ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ସେହିପରି ରେଙ୍ଗାଳି ଜଳଭଣ୍ଡାର ନିକଟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ୨କୋଟି ୪୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ପାଳଲହଡ଼ାର ଦ୍ବିତୀୟ ଚିଲିକା ପାଇଁ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ କରାଯାଉଛି। ଏହା ବାଦ୍‌ ଲୋଭୀ ଠାକୁରାଣୀ ପୀଠର ଉନ୍ନତୀକରଣ ପାଇଁ ୨କୋଟି ୨୬ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ଏହି ସବୁ କାମ ସରିଗଲେ ଅନୁଗୁଳ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ନିଜ ଉପସ୍ଥିତିକୁ ଠିକଣା ଢଙ୍ଗରେ ଜାହିର କରିପାରିବ ବୋଲି ଅନୁମାନ କରାଯାଉଛି। ଏନେଇ ଅନୁଗୁଳ ପର୍ଯ୍ୟଟନ ଅଧିକାରୀ କହିଛନ୍ତି, ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ପାଇଁ ପ୍ରଶାସନ ଓ ସରକାର ଗୁରୁତ୍ବ ଦେଇଛନ୍ତି। ନିର୍ଦ୍ଧାରିତ ସମୟରେ କାମ ସାରିବା ସହ ପର୍ଯ୍ୟଟକଙ୍କୁ ଏକ ଭଲ ଅନୁଭୂତି ଦେବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme