Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧ହଜାର କୁଇଣ୍ଟାଲ ମାଛ ବିକ୍ରି, କମିଲା ଚିକେନ୍‌ ବେପାର

Posted on November 8, 2025

ଜୋରଦାର ପ୍ରସ୍ତୁତି କରିଥିଲେ । ବରଫ ପେଟିରେ ଭାକୁର, ରୋହି, ଚିଙ୍ଗୁଡ଼ି, କଙ୍କଡ଼ା ଭର୍ତ୍ତ ହୋଇଥିଲା । ଖାସି ବି ମାଳମାଳ ବନ୍ଧା ହୋଇଥିଲେ । କୁକୁଡ଼ା ଗାଡ଼ିର ଲମ୍ବା ଲାଇନ୍‌ ଲାଗିଥିଲା । ରାତି ୪ଟାରୁ ବେପାରୀମାନେ ଆସି ହାଟରେ ବସି ଆମିଷ ପସରା ଖୋଲିଥିଲେ । ଲୋକେ ବି ଭିଡ଼ ଜମାଇଲେ । ହେଲେ ଯେତିକି ଆଶା ଥିଲା ସେତିକି ଟଙ୍କାର ବେପାର ହୋଇନି । ଛାଡ଼ଖାଇରେ ୭ କୋଟିର ବେପାର ହେବ ବୋଲି ଆକଳନ କରାଯାଉଥିଲା, ମାତ୍ର ୪ କୋଟି ହିଁ ଛୁଇଁପାରିଛି । ଭୁବନେଶ୍ୱରରେ ଶୁକ୍ରବାର ଛାଡ଼ଖାଇ ସ୍ଥିତି ଏଭଳି କିଛି ଥିଲା । ଛାଡଖାଇରେ ମୋଟ ୧ କୋଟି ୩୦ଲକ୍ଷ ଟଙ୍କାର ମାଛ, ୧କୋଟି ୨୭ଲକ୍ଷ ୫୦ହଜାର ଟଙ୍କାର ମଟନ୍‌ ଓ ୧ କୋଟି ୧୧ଲକ୍ଷ ୨୫ହଜାର ଟଙ୍କାର ଚିକେନ୍‌ ବେପାର ହୋଇଛି ।

ମାଛ ମଧ୍ୟରେ ଇଲିଶିର ସବୁଠୁ ଅଧିକ ଦର ଥିଲା । ୟୁନିଟ-୪ ହାଟରେ କିଲୋ ପ୍ରତି ୧୮୦୦ରୁ ନେଇ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଇଲିଶି ଦର ଥିବା ବେଳେ ପାମ୍ପ୍ରେଟ୍‌ ୬୦୦ରୁ ୯୦୦, ଭେକ୍ଟି ୫୦୦, ରୋହି ୨୦୦ରୁ ୨୪୦, ଭାକୁର ୩୦୦, ମିରକାଳି ୨୨୦ରୁ ୨୪୦, ମହୁରାଡ଼ି ୨୨୦, ଚିଙ୍ଗୁଡ଼ି ୨୦୦ରୁ ୫୦୦, ଟାଇଗର ଚିଙ୍ଗୁଡ଼ି ୭୦୦, ବାଗଦା ଚିଙ୍ଗୁଡ଼ି ୬୦୦ରୁ ୧୦୦୦, କିଙ୍ଗ୍‌ ଫିସ୍‌ ୬୦୦, ପାଣିଆଖିଆ ୨୦୦, ଚିଲିକା ପାଟୁଆ ୧୫୦, ଖଇଁଗା ୫୫୦, ଜଳଙ୍ଗ ୧୫୦ ଓ ରୁପଚାନ୍ଦି ୧୭୦ ଟଙ୍କା ରହିଥିଲା । ୫୦୦ରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଦରରେ କଙ୍କଡ଼ା ବିକ୍ରି ହେଉଥିଲା । ମୋଟ ୧୦୦୦ କୁଇଣ୍ଟାଲ ମାଛ ବିକ୍ରି ହୋଇଥିବା ବେଳେ ୪୨୫ କୁଇଣ୍ଟାଲର ମଟନ ଓ ୧୫୦ କୁଇଣ୍ଟାଲର ଚିକେନ୍‌ ବେପାର ହୋଇଛି । ଖାସି କିଲୋପ୍ରତି ୮୦୦, ବ୍ରଏଲର ୨୪୦, ଦେଶୀ ମୟୁରଭଞ୍ଜ କୁକୁଡ଼ା ୫୦୦ରୁ ୬୦୦, ସୋନାଲି ୪୦୦, କଲରବାର୍ଡ ୨୫୦, ଅଣ୍ଡା ଡଜନ୍‌ ୯୦ ଟଙ୍କା ରହିଥିଲା । ତେବେ ଯାହା ବଳିଛି ତାହା ରବିବାରରେ ଦୋ-ଛାଡଖାଇରେ ପୋଛିଦେବୁ ବୋଲି ବେପାରୀମାନେ କହିଛନ୍ତି ।

ତେବେ ଚାହିଦା ଅନୁସାରେ ଆଜି ଦାମ୍‌ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ରହିଥିଲା । ଅଲ ଓଡିଶା ନନ୍‌ଭେଜ୍‌ ଟ୍ରେଡର୍ସ ଫେଡେରେସନ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏଥରକ ପଶ୍ଚିମବଙ୍ଗର ନରଖୁଲଡଙ୍ଗା, ମାଲ୍‌ଦା, କ୍ଷେତ୍ରୀପୁରରୁ ୭୦ ପ୍ରତିଶତ ଓ ବଲାଙ୍ଗିର, ନୟାଗଡ଼, ଦଶପଲା, କାକଟପୁର ଓ ନିମାପଡ଼ାରୁ ୩୦ ପ୍ରତିଶତ ଛେଳି ଆସିଥିଲା । ଆନ୍ଧ୍ରପ୍ରଦେଶ ବ୍ୟତୀତ ପିପିଲି ଅଞ୍ଚଳରୁ ବ୍ରଏଲର ଆସିଥିଲା । ହେଲେ ଏମାନଙ୍କ ମଧ୍ୟରେ ବାଜି ମାରିଛି ମାଛ । ଫେଡେରେସନ୍‌ର ସଭାପତି କହିଛନ୍ତି, ମୋଟ ୪ କୋଟି ୧ଲକ୍ଷ ୩୦ହଜାର ଟଙ୍କା ବ୍ୟବସାୟ ହୋଇଛି । ଯେମିତି ବେପାର ହେବା କଥା ହୋଇଛି । ହେଲେ ମାର୍ଗଶିର ମାସ ଚାଲିଥିବା ସହ ଶୁକ୍ରବାର ସନ୍ତୋଷୀ ମାଙ୍କ ପୂଜା ପାଇଁ ଗ୍ରାହକଙ୍କ ସଂଖ୍ୟା କିଛି ମାତ୍ରାରେ କମିଛି । ତଥାପି ରବିବାର ପର୍ଯ୍ୟନ୍ତ ବେପାର ହେବ ବୋଲି ସେ କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme