Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ୟୁନିଟ ୪ ଅଞ୍ଚଳରେ ସେକ୍ସ ରାକେଟ୍ ଠାବ, ନାବାଳିକା ଉଦ୍ଧାର

Posted on November 13, 2025

ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୪ ଅଞ୍ଚଳରେ ଦେହ ବ୍ୟବସାୟରେ ଫସାଇବାକୁ ଉଦ୍ୟମ କରାଯାଉଥିବା ଜଣେ ନାବାଳିକାଙ୍କୁ ବୁଧବାର ଖାରବେଳ ନଗର ପୋଲିସ ଏକ ହୋଟେଲରୁ ଉଦ୍ଧାର କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ସୂଚନା ମୁତାବକ, ଢେଙ୍କାନାଳ ଜିଲାର ଏହି ନାବାଳିକା ଜଣକ କିଛି ମାସ ହେବ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଏହି ସମୟରେ ସେ ଅଭିଯୁକ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ।
ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଏକ ଶୋ’ରୁମରେ ରିସେପ୍ସନିଷ୍ଟ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ତାଙ୍କୁ ୟୁନିଟ୍-୪ ଅଞ୍ଚଳର ଏକ ହୋଟେଲକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଦେହ ବ୍ୟବସାୟରେ ଲଗାଇବାକୁ ଯୋଜନା କରୁଥିଲେ।
ନାବାଳିକା ଜଣକ ଏହା ଜାଣିପାରି ଜଣେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ହୋଟେଲରୁ ଖସି ଆସି ପୋଲିସକୁ ଖବର ଦେଇଥିଲେ। ଖାରବେଳ ନଗର ପୋଲିସ ତୁରନ୍ତ ହୋଟେଲରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି।

ପୋଲିସର ପ୍ରାଥମିକ ସନ୍ଦେହ ଯେ ଅଭିଯୁକ୍ତ ଜଣକ ଏକ ସେକ୍ସ ର‍୍ୟାକେଟ୍‌ରେ ସାମିଲ ଥିଲେ ଏବଂ ନାବାଳିକାଙ୍କୁ ଏହି ବେଆଇନ କାର୍ଯ୍ୟରେ ନିୟୋଜିତ କରିବାକୁ ଚାହୁଁଥିଲେ। ଏହି ଘଟଣାକୁ ନେଇ ପୋଲିସର ବିସ୍ତୃତ ତଦନ୍ତ ଜାରି ରହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme