Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହିଲୋଇ ଗ୍ରାମ ଉଛେଦକୁ ନେଇ ବିବାଦ: ଏମସିଏଲ ଓ ପ୍ରଶାସନଙ୍କ ସ୍ପଷ୍ଟୀକରଣ, ବିଧାୟକଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ଦାବି

Posted on October 30, 2025

ତାଳଚେର ହିଲୋଇ ଗ୍ରାମରେ ଉଛେଦ ଘଟଣାରେ ତାଳଚେରର ବିଧାୟକ ଓ ଗ୍ରାମବାସୀଙ୍କ ବିରୋଧକୁ ନେଇ ସ୍ପଷ୍ଟୀ କରଣ ରଖିଛି ଜିଲ୍ଲା ପ୍ରଶାସନ ଓ ଏମସିଏଲ । ସୂଚନା ଅନୁସାରେ ଏମସିଏଲ ଦ୍ୱାର ଅଧିକୃତ ଜମି ଉପରେ କିଛି ବାହର ଲୋକ ଆସି ଘର ତିଆରି କରି ଅସ୍ଥାୟୀ ଭାବେ ରହୁଥିବା ଏମସିଏଲ ପକ୍ଷରୁ ସୂଚନା ଦିଆଯାଇଥିଲା । ଯାହାକୁ ନେଇ ଖଣି କାର୍ଯ୍ୟକୁ ଆଗକୁ ବଢ଼ିବା ପାଇଁ ଜମି ମାଡିବସିଥିବା ଗାଁ ବାହାରର ଲୋକମାନକୁ ସେଠାରୁ ଗତ ୨୮ ତାରିଖ ଦିନ ଉଛେଦ କରାଯାଇଥିଲା । ଯାହାକୁ ସ୍ଥାନୀୟ ବିଧାୟକଙ୍କ ସହ ଗ୍ରାମବାସୀ ବିରୋଧ କରିବା ସହ ବିନା ନୋଟିସରେ ଏହି ଉଛେଦ କାର୍ଯ୍ୟ ହେଉଥିବା ଅଭିଯୋଗ କରିଥିଲେ । ତେବେ ଏମସିଏଲର ଜଗନ୍ନାଥ କୋଇଲା କ୍ଷେତ୍ର ପକ୍ଷରୁ ନାଇନ ୱାନ ପରେ ଜମି ଜବରଦଖଲ କରି ଅସ୍ଥାୟୀ ଘର ନିର୍ମାଣ କରାଯାଇଥିବା ସ୍ଥାନ ଗୁଡିକ ଖାଲି କରିବା ପାଇଁ ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିଲା । ପରେ ଏହାକୁନେଇ ବିସ୍ଥାପିତ ପରିବାରଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନିଆଯାଇଥିଲା । ପରେ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ତାଳଚେର ଉପଜିଲ୍ଲାପାଳଙ୍କୁ ଅସ୍ଥାୟି ଭାବେ ଗଢି ଉଠିଥିବା ଘର ଗୁଡିକୁ ନିର୍ଦିଷ୍ଟ ସମୟ ଭିତରେ ଉଛେଦ କରି ଜମିକୁ ଏମସିଏଲକୁ ହସ୍ତାନ୍ତର କରିବାପାଇଁ ନିର୍ଦେଶନାମା ଜାରି ହୋଇଥିଲା ।

ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଉଚ୍ଛେଦ କାର୍ଯ୍ୟ ସାରିବାକୁ ପ୍ରଶାସନ ପକ୍ଷରୁ ଏକ ଚୁକ୍ତିନାମା ଉଚ୍ଚ ନ୍ୟାୟାଳୟକୁ ପ୍ରଦାନ କରାଯାଇଥିଲା । ଯାହାକୁ ନେଇ ହିଲୋଇ ଗ୍ରାମର ଅସ୍ଥାୟୀ ଘର ଗୁଡିକୁ ଉଛେଦ କରାଯାଇଥିଲା । ଏହି ଉଛେଦ କାର୍ଯ୍ୟ ଏମସିଏଲ ଓ ଜିଲ୍ଲା ପ୍ରଶାସନ ଉଚ୍ଚ ନ୍ୟାୟାଳୟ ର ଆଦେଶ ଅନୁସାରେ ଓ ସଠିକ ନିୟମାବଳୀ ଅନୁଯାଇ ହୋଇଥିବା ସୂଚନା ଦେବାସହ ସ୍ଥାନୀୟ ବିଧାୟକ ଓ ଗ୍ରାମବାସୀଙ୍କ ଅଭିଯୋଗ ଭିତ୍ତିହିନ ବୋଲି ଉଭୟେ ଏମ୍ ସିଏଲ ଓ ତାଳଚେର ଉପଜିଲ୍ଲାପାଳ କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme