Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହାର୍ଡୱେର ଷ୍ଟୋର ତାଲା ଭାଙ୍ଗି ଲୁଟ୍

Posted on December 2, 2025

ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣାରେ ମାତିଛନ୍ତି ଲୁଟେରା ଦଳ| ଲୁଟ ପାଟ କରି ଲୋକଙ୍କ ଆଖିରୁ ନିଦ ହଜେଇ ଦେଇଛନ୍ତି | ପୁଲିସ କାର୍ଯ୍ୟାନୁଷ୍ଠାନ କୋହଳ ଚୋରଙ୍କ ପାଇଁ ବରଦାନ ପାଲଟିଛି | ସାଧାରଣ ଜନତା ଅସୁରକ୍ଷିତ ଅବସ୍ଥାରେ ଜୀବନଯାପାନ କରୁଛନ୍ତି | ସୁନା ଅଳଙ୍କାର, ଛେଳି, ମେଣ୍ଢା ଓ ଦୋକାନଙ୍କୁ ଅଧିକ ଟାର୍ଗେଟ କରୁଛନ୍ତି ଲୁଟେରା |

ଗତକାଲି ରାତିରେ ବାଲିପାଟଣା ଥାନା ଧାନହରା ବଜାର ସୋମନାଥ ହାର୍ଡୱେର ଷ୍ଟୋରରୁ ପୁଣି ଚୋରି ହୋଇଛି | ଦୋକାନୀ ଘରୁକୁ ଖାଇବାକୁ ଯାଇଥିବା ସୁଯୋଗ ଉଣ୍ଡି ମାତ୍ର ୨ ଘଣ୍ଟା ଭିତରେ ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଛନ୍ତି | ଖବର ପାଇ ପୁଲିସ ଘଟଣାର ତଦନ୍ତ କରୁଛି | 

ସୂଚନା ଅନୁସାରେ, ମଝିହରା ଗ୍ରାମର ଚତୁର୍ଭୁଜ ଆଚାର୍ଯ୍ୟଙ୍କ ଧାନହରା ବଜାରରେ ଦୀର୍ଘ ୪୦ ବର୍ଷ ହେଲା ସୋମନାଥ ହାର୍ଡୱେର ଷ୍ଟୋର ଅଛି | ପ୍ରାୟ ଦେଢ଼ ବର୍ଷ ତଳେ ଦୁର୍ବୃତ୍ତ ତାଙ୍କ ଦୋକାନ ଭାଙ୍ଗି ଲୁଟ କରିଥିଲେ| ଗତକାଲି ରାତି ୯ଟାରେ ଚତୁର୍ଭୁଜ ଦୋକାନ ତାଲା ଦେଇ ଘରକୁ ଖାଇବାକୁ ଯାଇଥିଲେ | ୨ ଘଣ୍ଟା ଭିତରେ ଘରୁ ଦୋକାନକୁ ଆସିଥିଲେ |

ଦୋକାନ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖି ସେ ବିସ୍ମିତ ହୋଇ ଯାଇଥିଲେ | ଦୁର୍ବୃତ୍ତମାନେ ଇଲେକ୍ଟ୍ରି ଓଜନ ଯନ୍ତ୍ର , ବ୍ୟାଟେରୀ , ପ୍ରାୟ ୨ ହଜାର ନଗଦ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେବା ସହ ସିସି ଟିଭି କ୍ୟାମେରା ତାଡ଼ି ନେଇଛନ୍ତି ଜଣା ପଡ଼ିଥିଲା | ଅଠାନ୍ତର ନୂଆଗାଁ ପୂର୍ତ୍ତ ବିଭାଗ ରାସ୍ତାର ଧାନହରା ବଜାରରେ ଲୋକଙ୍କ ଚଳପ୍ରଚଳ ଲାଗିଥିବା ବେଳେ ଲୁଟେରା ଦଳ ମାତିବା ବଡ଼ ସଙ୍କଟ ସୃଷ୍ଟି କରିଛି | ଚୋରି ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ହୋଇଛି | ତେବେ ପୁଲିସ ଚୋରଙ୍କୁ ଧରିବାରେ କେତେ ସଫଳ ହେଉଛି, ତାହା ଦେଖିବାକୁ ବାକି ରହିଛି |

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme