Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହାତୁଡିରେ ପିଟି ଶାଶୂର ଜୀବନ ନେଲା ବୋହୂ

Posted on December 18, 2025

ମହିଳାଙ୍କୁ ପଥରରେ ଛେଚି ବିଭତ୍ସ ଭାବେ ହତ୍ୟା। ଭଡ଼ା ଘରୁ ମୃତଦେହ ଉଦ୍ଧାର। ବୋହୂ ଓ ସମୁଦୁଣୀ ଅଟକ। ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଲାରୀ ଜାମୁବନ୍ଧ ଛକ ନିକଟରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ କୁନି ନାୟକ ବୋଲି ଜଣାପଡିଛି।

ସୂଚନାନୁଯାୟୀ, ବୁଧବାର ରାତି ୧୦ଟାରେ ଖଲାରୀ ଜାମୁବନ୍ଧ ଛକ ନିକଟରେ ଭଡ଼ା ଘରେ ରହୁଥିବା କୁନି ନାୟକଙ୍କୁ ତାଙ୍କ ପୁଅ ଖାଇବାକୁ ଡାକିବା ପାଇଁ ଯାଇଥିଲେ। କବାଟ ଖୋଲି ଦେଖିଲା ବେଳକୁ କୁନି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। ସଙ୍ଗେ ସଙ୍ଗେ ପୁଅ କାହ୍ନୁ ସଦର ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଆଜି ସକାଳେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ଆସି ଅଧିକ ତଦନ୍ତ କରିବା ସହ ଶବ ବ୍ୟବଚ୍ଚେଦ ପାଇଁ କୁନିଙ୍କ ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ବୋହୂ ଏବଂ ସମୁଦୁଣୀଙ୍କୁ ଅଟକ ରଖିଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme