
ମହିଳାଙ୍କୁ ପଥରରେ ଛେଚି ବିଭତ୍ସ ଭାବେ ହତ୍ୟା। ଭଡ଼ା ଘରୁ ମୃତଦେହ ଉଦ୍ଧାର। ବୋହୂ ଓ ସମୁଦୁଣୀ ଅଟକ। ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଲାରୀ ଜାମୁବନ୍ଧ ଛକ ନିକଟରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ କୁନି ନାୟକ ବୋଲି ଜଣାପଡିଛି।
ସୂଚନାନୁଯାୟୀ, ବୁଧବାର ରାତି ୧୦ଟାରେ ଖଲାରୀ ଜାମୁବନ୍ଧ ଛକ ନିକଟରେ ଭଡ଼ା ଘରେ ରହୁଥିବା କୁନି ନାୟକଙ୍କୁ ତାଙ୍କ ପୁଅ ଖାଇବାକୁ ଡାକିବା ପାଇଁ ଯାଇଥିଲେ। କବାଟ ଖୋଲି ଦେଖିଲା ବେଳକୁ କୁନି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। ସଙ୍ଗେ ସଙ୍ଗେ ପୁଅ କାହ୍ନୁ ସଦର ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଆଜି ସକାଳେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ଆସି ଅଧିକ ତଦନ୍ତ କରିବା ସହ ଶବ ବ୍ୟବଚ୍ଚେଦ ପାଇଁ କୁନିଙ୍କ ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ବୋହୂ ଏବଂ ସମୁଦୁଣୀଙ୍କୁ ଅଟକ ରଖିଛି।
