Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

 ହାତୀ ପାଦ ତଳୁ ଖସିଗଲେ ଯୁବକ, ଅଳ୍ପକେ ବର୍ତ୍ତିଲା ଜୀବନ

Posted on December 15, 2025

ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲା ଜୀବନ। ହାତୀ ପାଦ ତଳୁ ଖସିଗଲେ ଯୁବକ। ଘର ଓଳିରେ ପଶି ଧାନ ଖାଉଥିଲା ହାତୀ । ହାତୀକୁ ଦେଖି ଘଉଡ଼ାଇବା ପାଇଁ ପାଟି କରିବାରୁ ଆକ୍ରମଣ କରିଥିଲା । ତଳେ ପଡିଯିବାରୁ ଯୁବକଙ୍କ ହାତ ଉପରେ ଚଢ଼ିଗଲା ହାତୀ । କପ୍ତିପଦା ବନାଞ୍ଚଳ ଗଣ୍ଡୀଦର ଗାଁରେ ଘଟିଛି ଏହି ଘଟଣା। ଗାଁର ନୀଳକଣ୍ଠ ପାଣିଆଳିଆ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ବାଡ଼ି ପାଖରେ ଶବ୍ଦ ଶୁଣିବାକୁ ପାଇଥିଲେ। ରାତିରେ ଘର ବାଡ଼ିକୁ ଯାଇ ଦେଖିବାରୁ ଏକ ବିଶାଳ ହାତୀ ଧାନ ଖାଉଥିଲା । ହାତୀ ମୁହଁରୁ ଧାନକୁ ବଞ୍ଚାଇବା ପାଇଁ ଘଉଡ଼ାଇବାରୁ ହାତୀ ଓଲଟା ନୀଳକଣ୍ଠଙ୍କୁ ଆକ୍ରମଣ କରିଥିଲା। ନୀଳକଣ୍ଠକୁ ହାତୀ ଗୋଡ଼ାଇବାରୁ ସେ ତଳେ ପଡି ଯାଇଥିଲେ । ହାତୀଟି ନୀଳକଣ୍ଠଙ୍କ ହାତ ଉପରେ ଚଢି ତାହାକୁ ଦଳି ଦେଇଥିବା ବେଳେ ଅଳ୍ପକେ ହାତୀ ପାଦ ତଳୁ ଜୀବନ ରକ୍ଷା କରିପାଇଯାଇଛି । ଗୁରୁତର ଅବସ୍ଥାରେ ନୀଳକଣ୍ଠଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସୁଦ୍ଧା ବନ ବିଭାଗ ତାଙ୍କ ନିକଟରେ ପହଞ୍ଚିନାହିଁ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ରତ୍ନଭଣ୍ଡାର ଗଣତି ନେଇ ଆସିପାରେ ବଡ଼ ଘୋଷଣା ।
  • ଗୋରୁ ମାଫିଆ ଘରେ ପୋଲିସ ରେଡ । ବିଡ଼ା ବିଡ଼ା ଟଙ୍କା ଜବତ
  • ନବୀନ ନିବାସରେ ଅଖିଳେଶ: ଓଡ଼ିଶାରୁ ଆରମ୍ଭ ହେବ କି ‘ବିଜେପି ହଟାଓ’ ଅଭିଯାନ?
  • ଡକାୟତିରେ ୬ଜଣ ଅଭିଯୁକ୍ତଙ୍କୁ କାବୁ କଲା ଜିଆରପି
  • ନିପା ଭାଇରସକୁ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସତର୍କ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (462)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,492)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme