Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ରତ୍ନଭଣ୍ଡାର ଗଣତି ନେଇ ଆସିପାରେ ବଡ଼ ଘୋଷଣା ।

Posted on January 17, 2026

ଶ୍ରୀକ୍ଷେତ୍ର ପୁରୀରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିରର ସୁରକ୍ଷା ଓ ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଛି। ରତ୍ନଭଣ୍ଡାର କେବେ ଖୋଲାଯିବ ଏବଂ କେଉଁ ଶୁଭ ମୁହୂର୍ତ୍ତରେ ହାଇଲେବୁଲ କମିଟିର ସଦସ୍ୟମାନେ ଭଣ୍ଡାର ଘରେ ପ୍ରବେଶ କରିବେ, ସେଥିପାଇଁ ଏକ ଚୂଡ଼ାନ୍ତ ମାର୍ଗଦର୍ଶିକା (SOP) ପ୍ରସ୍ତୁତ କରାଯାଉଛି। ଏହି ମାର୍ଗଦର୍ଶିକାକୁ ପରିଚାଳନା କମିଟିର ମୋହର ବାଜିବା ପରେ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବାର ବ୍ୟବସ୍ଥା ରହିଛି।
ଶ୍ରୀମନ୍ଦିରର ସାମଗ୍ରିକ ସୁରକ୍ଷା ବ୍ୟବସ୍ଥା ଉପରେ ଏହି ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ନାଟମଣ୍ଡପରେ ଶ୍ରଦ୍ଧାଳୁଙ୍କ ପାଇଁ ଶୃଙ୍ଖଳିତ ‘ଧାଡ଼ି ଦର୍ଶନ’ ବ୍ୟବସ୍ଥା, ଗୁଣ୍ଡିଚା ମନ୍ଦିର ଖୋଲିବା ପ୍ରସଙ୍ଗ ଏବଂ ମହାପ୍ରଭୁଙ୍କ ନୀତିକାନ୍ତିକୁ କିଭଳି ସମୟାନୁବର୍ତ୍ତୀ କରାଯାଇପାରିବ, ସେ ନେଇ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି। ଏହା ବ୍ୟତୀତ ଭିନ୍ନକ୍ଷମ ବା ଦିବ୍ୟାଙ୍ଗ ଭକ୍ତମାନେ କିଭଳି ସହଜରେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ଏବଂ ସ୍ଥାନୀୟ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ସୁବିଧା ସମ୍ପର୍କରେ ମଧ୍ୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହୋଇଛି।
ଏହି ଉଚ୍ଚସ୍ତରୀୟ ବୈଠକରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ, ପୁରୀ ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏବଂ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଛନ୍ତି। ଶ୍ରୀମନ୍ଦିରର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ଭକ୍ତଙ୍କ ସୁବିଧା ଓ ରତ୍ନଭଣ୍ଡାରର ସୁରକ୍ଷିତ ଗଣତି ପ୍ରକ୍ରିୟା ଶେଷ କରିବା ଏହି ବୈଠକର ମୂଳ ଲକ୍ଷ୍ୟ ବୋଲି ଜଣାପଡ଼ିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme