Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହାଇୱାକୁ ପିଟିଲା ଆମ୍ବୁଲାନ୍ସ,, ଜଣେ ମୃତ

Posted on November 22, 2025

୫୫ ନମ୍ବର ଜାତୀୟ ରାଜପଥର ଯୁଯୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଆଜି ଭୋର ପ୍ରାୟ ୫ଟାରେ ରାସ୍ତା ପାର୍ଶ୍ବରେ ଛିଡ଼ା ଥିବା ହାଇୱାର ପଛ ପଟେ ୧୦୮ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଫଳରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଗୁରୁତରଙ୍କ ସହ ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡ଼ାକ୍ତରଖାନାକୁ ପଠାଇଥିଲେ ।

ବୌଦ୍ଧରୁ ରୋଗୀ ନେଇ ବୁର୍ଲା ଡ଼ାକ୍ତରଖାନା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା
ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧରୁ ରୋଗୀ ନେଇ ବୁର୍ଲା ଡ଼ାକ୍ତରଖାନା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଖବର ପାଇ ଯୁଯୁମୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି।

ରାଜ୍ୟରେ ରୋଗୀ ପରିବହନ ବ୍ୟବସ୍ଥା ସୁଧୁରିବ। ପୁରୁଣା ହୋଇଯାଇଥିବା ଆମ୍ବୁଲାନ୍‌ସକୁ ବଦଳାଇ ୪୨୮ଟି ନୂଆ ଆମ୍ବୁଲାନ୍‌ସ ପାଇଁ ସରକାର ଟେଣ୍ଡର କରିଥିଲେ। ଏହି କ୍ରମରେ ଚଳିତମାସ ୨୫ତାରିଖରୁ ଓଡ଼ିଶାକୁ ପର୍ଯ୍ୟାୟକ୍ରମେ ନୂଆ ୧୦୮ ଆମ୍ବୁଲାନ୍‌ସ ଆସିବା ପ୍ରକ୍ରିୟା ଆରମ୍ଭ ହେବ। ‌ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଆମ୍ବୁଲାନ୍‌ସ ସଂସ୍ଥା ପ୍ରଦାନ କରିବ।

ରାଜ୍ୟରେ ଗଡ଼ୁଥିବା ଅଧିକାଂଶ ୧୦୮ ଆମ୍ବୁଲାନ୍‌ସ ପୁରୁଣା ହୋଇସାରିଛି। ପୁରୁଣା ହୋଇଯାଇଥିବା ଆମ୍ବୁଲାନ୍‌ସକୁ ହଟାଇବା ପାଇଁ ଦୀର୍ଘଦିନରୁ ସରକାରୀ ସ୍ତରରେ ଆଲୋଚନା ଚାଲିଥି‌ଲା। ଗତ କ୍ୟାବିନେଟ୍‌ ବୈଠକରେ ୪୨୮ଟି ଆମ୍ବୁଲାନ୍‌ସ କିଣାକୁ ମଞ୍ଜୁରି ମିଳିଥିଲା। ଏଥିରେ ୪୨୧ଟି ୧୦୮ ଆମ୍ବୁଲାନ୍‌ସ, ପରିବହନ ବିଭାଗର ୫ଟି ଏଏଲ୍‌ଏସ୍‌ ଓ ଝାରସୁଗୁଡ଼ା କାର୍ଡିଆକ୍‌ ହସ୍‌ପିଟାଲ ପାଇଁ ୨ଟି ଏଏଲ୍‌ଏସ୍‌ ଆମ୍ବୁଲାନ୍‌ସ ରହିଛି। ଏସବୁ ପାଇଁ ୧୧୯ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ। ମିଳିଥିବା ସୂଚନା ଅନୁସାରେ, ଫୋର୍ସ ମୋଟର୍ସ ଏହି ଆମ୍ବୁଲାନ୍‌ସ ଯୋଗାଇବ। ଆବଶ୍ୟକ କାର୍ଯ୍ୟ ଶେଷ ହେବା ପରେ ଆସନ୍ତା ଡିସେମ୍ବର କିମ୍ବା ଜାନୁଆରି ବେଳକୁ ଯେଉଁ ଯେଉଁ ଜିଲ୍ଲାରେ ଆମ୍ବୁଲାନ୍‌ସର ଆବଶ୍ୟକତା ରହିଛି ସେଠାକୁ ପଠାଯିବ। ନୂଆ ଆମ୍ବୁଲାନ୍‌ସ ଆସିବା ପରେ ୧୦୮ ଆମ୍ବୁଲାନ୍‌ସ ପରିଚାଳନା କରୁଥିବା ଏମ୍ରି ଗ୍ରିନ୍‌ର ନିଜସ୍ବ ୬୨ଟି ବ୍ୟାକ୍‌ଅପ୍‌ ଆମ୍ବୁଲାନ୍‌ସକୁ ହଟାଇ ନିଆଯିବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme