Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହସୁଛି ଡଲାର ଖସୁଛି ଟଙ୍କା; ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା

Posted on December 17, 2025

ଖସୁଛି ଟଙ୍କା । ହସୁଛି ଡଲାର । ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ଟଙ୍କାର ମୂଲ୍ୟ । ଆମେରିକୀୟ ଡଲାର ଆଗରେ ଏହା ନିଜର ଚମକ ହରାଇବାକୁ ବସିଲାଣି ।

ଦିନକୁ ଦିନ ଅଧିକ ଦୁର୍ବଳ ହୋଇଚାଲିଛି ଟଙ୍କା । ମଙ୍ଗଳବାର ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ୯୧ ଟଙ୍କା ପାର୍ କରିଯାଇଛି । କାରବାର ମଝିରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତର ୯୧.୧୪ରେ ପହଞ୍ଚିଯାଇଥିଲା । ବଜାର ଖୋଲିବା ସହିତ ଏହା ୯୦.୮୭ ସ୍ତରରେ ରହିଥିଲା । ତେବେ କାରବାର ଶେଷରେ ଏହା ୯୦.୯୧ ସ୍ତରରେ ବନ୍ଦ ହୋଇଛି । ଯାହା ଭାରତୀୟ ଅର୍ଥନୀତି ପାଇଁ ଆଗକୁ ସଙ୍କଟ ଆଣିବ ବୋଲି ଅନୁମାନ କରାଯାଉଛି ।

ଏହା ପୂର୍ବରୁ ସୋମବାର ଟଙ୍କାର ବିନିମୟ ମୂଲ୍ୟ ୨୫ ପଇସା କମିଥିଲା । ଆମେରିକା ସହିତ ବାଣିଜ୍ୟ ଚୁକ୍ତିକୁ ନେଇ ଅନିଶ୍ଚିତତା ଏବଂ ଲଗାତର ବିଦେଶୀ ପାଣ୍ଠି ପ୍ରତ୍ୟାହାର ଯୋଗୁ ଟଙ୍କା ଏବେ ବ୍ୟାକଫୁଟରେ ରହିଛି । ୨୦୨୫ରେ ଏଯାବତ ଟଙ୍କା ୬% ଦୁର୍ବଳ ହୋଇଛି । ଜାନୁଆରୀ ପହିଲାରେ ଡଲାର ତୁଳନାରେ ଟଙ୍କା ୮୫.୭୨ ସ୍ତରରେ ଥିଲା ।

ଟଙ୍କା ଦୁର୍ବଳ ହେଲେ ଭାରତୀୟ ଅର୍ଥନୀତି ଉପରେ ନକରାତ୍ମକ ପ୍ରଭାବ ପକାଇବ । ଅର୍ଥାତ ଭାରତ ପାଇଁ ଆମଦାନି ମହଙ୍ଗା ହେବା । ଏହାବ୍ୟତୀତ ବିଦେଶ ଭ୍ରମଣ ଏବଂ ବିଦେଶରେ ପାଠପଢ଼ା ବି ମହଙ୍ଗା ହୋଇଯାଇଛି । ଟଙ୍କା ଦୁର୍ବଳ ହେବା ଦ୍ୱାରା ରପ୍ତାନିକାରୀଙ୍କୁ ଅଧିକ ଫାଇଦା ହେବ । ପର୍ଯ୍ୟଟକଙ୍କ ପାଇଁ ଭାରତ ଶସ୍ତା ହେବ, ମେଡିକାଲ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବା ସହ ଡଲାର ପଠାଇ ପ୍ରବାସୀ ଭାରତୀୟମାନେ ଅଧିକ ଟଙ୍କା ପାଇବେ ।

ଟଙ୍କା ଦୁର୍ବଳ ହେଲେ ସବୁଠୁ କ୍ଷତି ସହିବେ ସାଧାରଣ ଲୋକେ । କାରଣ ଦରଦାମ ବଢ଼ିବ । ଅଶୋଧିତ ତୈଳ ଏବଂ ସୁନା ମହଙ୍ଗା ହେବ । ବିଦେଶରେ ପାଠପଢ଼ା ଏବଂ ବୁଲିବା ବ୍ୟୟବହୁଳ ହେବ । ଏହାସହିତ ବିଦେଶୀ ନିବେଶ କମିବ । ଟଙ୍କା ଦୁର୍ବଳ ହେବାର ଅନେକ କାରଣ ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଆମଦାନି ଉପରେ ୫୦% ଟାରିଫ୍ ଲଗାଇଛନ୍ତି, ଯାହା ଭାରତର ଜିଡିପି ଅଭିବୃଦ୍ଧିକୁ ୬୦ରୁ୮୦ ବେସିସ୍ ପଏଣ୍ଟ କମାଇପାରେ ଏବଂ ବିତ୍ତୀୟ ନିଅଣ୍ଟ ବଢ଼ିପାରେ । ଏହାଦ୍ୱାରା ରପ୍ତାନି କମିପାରେ । ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ ପରିଲକ୍ଷିତ ହୋଇପାରେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme