Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହଜିଗଲେ ଯାତ୍ରା ଜଗତର ‘ ରାଉଡି ରାକା’ଅଭିନେତା ଜ୍ଞାନ ସାହୁଙ୍କ ପରଲୋକ।

Posted on January 6, 2026

ଯାତ୍ରା ଜଗତରେ ଖଳନାୟକ ଚରିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ବରିଷ୍ଠ କଳାକାର ଜ୍ଞାନ ରଞ୍ଜନ ସାହୁଙ୍କର ସୋମ‌ବାର ରାତି ପ୍ରାୟ 9.30ରେ ପରଲୋକ ହୋଇଛି। ତାଙ୍କୁ 45 ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନରୁ ଜଣ୍ଡିସରେ ଆକ୍ରାନ୍ତଥିଲେ। ହଠାତ ସ୍ବାସ୍ଥ୍ୟଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।ଜ୍ଞାନଙ୍କ ଜନ୍ମ ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମରେ ହୋଇଥିଲା ବେଳେ, ଓଡ଼ିଆ ଯାତ୍ରା ଜଗତ ତାଙ୍କ ଭଳି ଜଣେ ସ୍ୱନାମଧନ୍ୟ କଳାକାରଙ୍କୁ ହରାଇଛି। ଏହି ଯାତ୍ରା ଋତୁରେ ସେ କଳିଙ୍ଗ ଗଣନାଟ୍ୟରେ ଅଭିନୟ
କରିବାକୁ ଚୁକ୍ତି କରିଥିଲେ। ସେ ଯାତ୍ରା ଜଗତକୁ ଆସିବା ପୂର୍ବରୁ ଜ୍ଞାନ ରାଜ୍ୟ ପୁଲିସ ବିଭାଗରେ କନଷ୍ଟେବଲ୍‌ ଚାକିରିରେ କିଛି ବର୍ଷ ଯୋଗ ଦେଇଥିଲେ। ସେଥିରେ ମନ ବୁଝିଲାନି ନିଜେ କିଛି କିରବା ଲକ୍ଷ୍ୟ ନେଇ ଏକ ୱେଲ୍‌ଡିଂ ଦୋକାନ ଦେଇଥିଲେ। ପରେ ସେ ଶିବାନୀ ଗଣନାଟ୍ୟରେ ସଂଯୋଗବଶତଃ ସୁଯୋଗ ପାଇଲେ । ତାଙ୍କ ଘର ପାଖରେ ଶିବାନୀ ଗଣନାଟ୍ୟ ଯାତ୍ରା ପରିବେଷଣ କରିବା ବେଳେ ଜଣେ କଳାକାରଙ୍କ ଦୁର୍ଘଟଣା ଘଟିଲା। ସେ ସେଦିନ ଯାତ୍ରାରେ ଯୋଗ ଦେଇପାରିଲେ ନାହିଁ । ସେଦିନ ଗ୍ରୀନ ରୁମ ପାଖରେ ଏସବୁ ସ୍ଥିତିକୁ ଲକ୍ଷ୍ୟ କରୁଥିବା ଜ୍ଞାନ ନିଜ ତରଫରୁ ସେଦିନ ମଞ୍ଚକୁ ଯିବା ପାଇଁ ନିବେଦନ କଲେ। ନିର୍ଦ୍ଦେଶକ ଗୁରୁପ୍ରସାଦ ମିଶ୍ରଙ୍କ କାନରେ କଥା
କରିଥିଲେପଡ଼ିଲା । ସେ ଜ୍ଞାନଙ୍କୁ ଉକ୍ତ ନାଟକରେ ଅଭିନୟର ସୁଯୋଗ ଦେଲେ। ଯାତ୍ରାନୁଷ୍ଠାନ ହତବାକ୍ ହେଲା ସତ ମାତ୍ର ଜ୍ଞାନକୁ ସୁଯୋଗ ଦେବାର ସାର୍ଥକତା ରହିଲା। ଶିବାନୀରେ ସେ ଦୀର୍ଘ ୬ ବର୍ଷ । ଆଉ ସେବେଠୁ ଅଭିନୟର ଯାଦୁରେ ସଭିଙ୍କୁ କିମିଆ କରିଥିଲେ ଜ୍ଞାନ । ୨୦୦୫ ମସିହା ଜୁନ ୨୦ ତାରିଖରେ ସେ ଯାତ୍ରା ଜଗତରେ ପାଦ ଥାପିଥିଲେ ।

ଜ୍ଞାନ ରଞ୍ଜନଙ୍କ ବ୍ୟଙ୍ଗାତ୍ମକ ଢ଼ଙ୍ଗରେ ସଂଳାପ ପରିବେଷଣ ଦର୍ଶକଙ୍କୁ ବେଶ୍ ଛୁଇଁ ଯାଉଥିଲା । ତାଙ୍କ ଅଭିନୀତ ବାଃ ବାଃରେ କ୍ୟାପିଟାଲ, ‘ଖରାପ ଝିଅର ଗପ’, ‘ଅସତୀ ତୁଳସୀ ସତି ଚଉରା’, ‘ମିଛୁଆ ରାଧୁଆ ଗପ ସରିଲା’, ‘ହାଟ ବସେଇଛି ହଟ ନାଗର’ଭଳି ୧୦୦ ରୁ ଅଧିକ ନାଟକରେ ସେ ନିଜ ଅଭିନୟର ନିଖୁଣ ନିଦର୍ଶନ ଦେଖାଇଛନ୍ତି । ତାଙ୍କର ବାଃ ବାଃରେ କ୍ୟାପିଟାଲ ରାକା ଚରିତ୍ରର ଅଭିନୟ ଏବେ ବି ଦର୍ଶକଙ୍କ ସ୍ମରଣୀୟ ହୋଇ ରହିଛି। ନିକଟରେ ଯାତ୍ରା କଳାକାର ଙ୍କ ଦେହାନ୍ତ ଯାତ୍ରାପ୍ରେମୀଙ୍କ ମନରୁ ନଲିଭୁଣୁ ପୁଣି ଜଣେ କଳାକାରଙ୍କ ଅକାଳ ବିୟୋଗ ଯାତ୍ରା ଜଗତରେ ଶୋକର ଛାୟା ଖେଳାଇ ଦେଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme