
ଯାତ୍ରା ଜଗତରେ ଖଳନାୟକ ଚରିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ବରିଷ୍ଠ କଳାକାର ଜ୍ଞାନ ରଞ୍ଜନ ସାହୁଙ୍କର ସୋମବାର ରାତି ପ୍ରାୟ 9.30ରେ ପରଲୋକ ହୋଇଛି। ତାଙ୍କୁ 45 ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନରୁ ଜଣ୍ଡିସରେ ଆକ୍ରାନ୍ତଥିଲେ। ହଠାତ ସ୍ବାସ୍ଥ୍ୟଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।ଜ୍ଞାନଙ୍କ ଜନ୍ମ ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମରେ ହୋଇଥିଲା ବେଳେ, ଓଡ଼ିଆ ଯାତ୍ରା ଜଗତ ତାଙ୍କ ଭଳି ଜଣେ ସ୍ୱନାମଧନ୍ୟ କଳାକାରଙ୍କୁ ହରାଇଛି। ଏହି ଯାତ୍ରା ଋତୁରେ ସେ କଳିଙ୍ଗ ଗଣନାଟ୍ୟରେ ଅଭିନୟ
କରିବାକୁ ଚୁକ୍ତି କରିଥିଲେ। ସେ ଯାତ୍ରା ଜଗତକୁ ଆସିବା ପୂର୍ବରୁ ଜ୍ଞାନ ରାଜ୍ୟ ପୁଲିସ ବିଭାଗରେ କନଷ୍ଟେବଲ୍ ଚାକିରିରେ କିଛି ବର୍ଷ ଯୋଗ ଦେଇଥିଲେ। ସେଥିରେ ମନ ବୁଝିଲାନି ନିଜେ କିଛି କିରବା ଲକ୍ଷ୍ୟ ନେଇ ଏକ ୱେଲ୍ଡିଂ ଦୋକାନ ଦେଇଥିଲେ। ପରେ ସେ ଶିବାନୀ ଗଣନାଟ୍ୟରେ ସଂଯୋଗବଶତଃ ସୁଯୋଗ ପାଇଲେ । ତାଙ୍କ ଘର ପାଖରେ ଶିବାନୀ ଗଣନାଟ୍ୟ ଯାତ୍ରା ପରିବେଷଣ କରିବା ବେଳେ ଜଣେ କଳାକାରଙ୍କ ଦୁର୍ଘଟଣା ଘଟିଲା। ସେ ସେଦିନ ଯାତ୍ରାରେ ଯୋଗ ଦେଇପାରିଲେ ନାହିଁ । ସେଦିନ ଗ୍ରୀନ ରୁମ ପାଖରେ ଏସବୁ ସ୍ଥିତିକୁ ଲକ୍ଷ୍ୟ କରୁଥିବା ଜ୍ଞାନ ନିଜ ତରଫରୁ ସେଦିନ ମଞ୍ଚକୁ ଯିବା ପାଇଁ ନିବେଦନ କଲେ। ନିର୍ଦ୍ଦେଶକ ଗୁରୁପ୍ରସାଦ ମିଶ୍ରଙ୍କ କାନରେ କଥା
କରିଥିଲେପଡ଼ିଲା । ସେ ଜ୍ଞାନଙ୍କୁ ଉକ୍ତ ନାଟକରେ ଅଭିନୟର ସୁଯୋଗ ଦେଲେ। ଯାତ୍ରାନୁଷ୍ଠାନ ହତବାକ୍ ହେଲା ସତ ମାତ୍ର ଜ୍ଞାନକୁ ସୁଯୋଗ ଦେବାର ସାର୍ଥକତା ରହିଲା। ଶିବାନୀରେ ସେ ଦୀର୍ଘ ୬ ବର୍ଷ । ଆଉ ସେବେଠୁ ଅଭିନୟର ଯାଦୁରେ ସଭିଙ୍କୁ କିମିଆ କରିଥିଲେ ଜ୍ଞାନ । ୨୦୦୫ ମସିହା ଜୁନ ୨୦ ତାରିଖରେ ସେ ଯାତ୍ରା ଜଗତରେ ପାଦ ଥାପିଥିଲେ ।
ଜ୍ଞାନ ରଞ୍ଜନଙ୍କ ବ୍ୟଙ୍ଗାତ୍ମକ ଢ଼ଙ୍ଗରେ ସଂଳାପ ପରିବେଷଣ ଦର୍ଶକଙ୍କୁ ବେଶ୍ ଛୁଇଁ ଯାଉଥିଲା । ତାଙ୍କ ଅଭିନୀତ ବାଃ ବାଃରେ କ୍ୟାପିଟାଲ, ‘ଖରାପ ଝିଅର ଗପ’, ‘ଅସତୀ ତୁଳସୀ ସତି ଚଉରା’, ‘ମିଛୁଆ ରାଧୁଆ ଗପ ସରିଲା’, ‘ହାଟ ବସେଇଛି ହଟ ନାଗର’ଭଳି ୧୦୦ ରୁ ଅଧିକ ନାଟକରେ ସେ ନିଜ ଅଭିନୟର ନିଖୁଣ ନିଦର୍ଶନ ଦେଖାଇଛନ୍ତି । ତାଙ୍କର ବାଃ ବାଃରେ କ୍ୟାପିଟାଲ ରାକା ଚରିତ୍ରର ଅଭିନୟ ଏବେ ବି ଦର୍ଶକଙ୍କ ସ୍ମରଣୀୟ ହୋଇ ରହିଛି। ନିକଟରେ ଯାତ୍ରା କଳାକାର ଙ୍କ ଦେହାନ୍ତ ଯାତ୍ରାପ୍ରେମୀଙ୍କ ମନରୁ ନଲିଭୁଣୁ ପୁଣି ଜଣେ କଳାକାରଙ୍କ ଅକାଳ ବିୟୋଗ ଯାତ୍ରା ଜଗତରେ ଶୋକର ଛାୟା ଖେଳାଇ ଦେଇଛି।
