Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସ୍ବରର ଯାଦୁଗର ହ୍ୟୁମାନ ସାଗରଙ୍କ ପରଲୋକ, ଓଡ଼ିଶାର ସଙ୍ଗୀତଜଗତ ରେ ଶୋକାକୁଳ

Posted on November 18, 2025

ଓଡ଼ିଆ ସଙ୍ଗୀତଜଗତ ପାଇଁ ଦୁଃଖଦ ଖବର—ପ୍ରସିଦ୍ଧ ଗାୟକ ଓ ସ୍ବରର ଯାଦୁଗର ହ୍ୟୁମାନ ସାଗର ପରଲୋକରେ। ସୋମବାର ରାତିରେ ଭୁବନେଶ୍ୱର ଏମ୍ସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଗତ ଛ ମାସ ଧରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା ଓ ଡାଇଲେସିସ ଚାଲିଥିଲା।

୧୯୯୦ ଏପ୍ରିଲ ୨୧ରେ ଟିଟିଲାଗଡ଼ରେ ଜନ୍ମିଥିବା ହ୍ୟୁମାନ ସାଗର ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ଶିଷ୍ୟ ଥିଲେ। ଘରୋଇ ଚ୍ୟାନେଲର ‘ଭଏସ ଅଫ ଓଡିଶା’ ରେ ୨୦୧୨ରେ ବିଜେତା ହୋଇ ସଙ୍ଗୀତଜଗତରେ ବଡ଼ ପ୍ରବେଶ କରିଥିଲେ। ‘ସମଥିଂ ସମଥିଂ-2’, ‘ଇସ୍କ ତୁ ହି ତୁ’ ଭଳି ଫିଲ୍ମରେ ଗୀତ ଗାଇ ଚର୍ଚ୍ଚିତ ହୋଇ ପଡ଼ିଥିଲେ ସେ।

୧୩ ବର୍ଷର କ୍ୟାରିଅରରେ ‘ନିଶ୍ୱାସ ତୋ ବିନା’, ‘ତୋ ପ୍ରେମରେ ପାଗଳ ମୁଁ’, ‘ତୁ ଠକିଦେଲୁ’, ‘ମା ତୋ ବିନା’, ‘ତୁ ମେଘ ହେଇଯା’ ଭଳି ଶହେ ଶହ ସୁପରହିଟ୍ ଗୀତ ଓଡ଼ିଶାକୁ ଭେଟି ଦେଇଥିଲେ। ତାଙ୍କ ପ୍ରତ୍ୟେକ ଗୀତ ସୋସିଆଲ ମିଡିଆରେ ଲକ୍ଷେ ଲକ୍ଷେ ଭ୍ୟୁସ୍ ପାଉଥିଲା।

ସଙ୍ଗୀତପ୍ରେମୀ ଓଡ଼ିଶା ଆଜି ଏକ ଅପୂରଣୀୟ କ୍ଷତିରେ।
ହ୍ୟୁମାନ ସାଗରଙ୍କ ସ୍ବର ସଦା ଶ୍ରୋତାମାନଙ୍କ ହୃଦୟରେ ଅମର ରହିବେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme