Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସ୍ତ୍ରୀକୁ ଛୁରିରେ କାଟିଦେଲା ସ୍ୱାମୀ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Posted on October 28, 2025

ପାରିବାରିକ କଳହରୁ ସ୍ତ୍ରୀକୁ ଛୁରିରେ କାଟିଦେଲା ସ୍ୱାମୀ। ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଉପକଣ୍ଠ ଲାଖବିନ୍ଧା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।

ସୂଚନା ଅନୁଯାୟୀ, ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଉପକଣ୍ଠ ଲାଖବିନ୍ଧା ଗ୍ରାମର ଧୂମା କିସ୍କୁ (କଙ୍କା) ଓ ତା ସ୍ତ୍ରୀ ରୁକ୍ମଣୀ ମଧ୍ୟରେ ପ୍ରାୟ ସମୟରେ କଳିଝଗଡା ଲାଗି ରହେ l ଏମିତିକି କଙ୍କା ତା ସ୍ତ୍ରୀ ରୁକ୍ମଣୀକୁ ପ୍ରାୟ ସମୟରେ ମାରଧର କରୁଥିଲା, ଯେଉଁଥିପାଇଁ ଦୀର୍ଘଦିନ ହେବ ରୁକ୍ମଣୀ ଗାଁରେ ରହୁଥିବା ନିଜ ସମ୍ପର୍କୀୟ ଭଉଣୀ ଘରେ ରହି ଆସୁଥିଲା l ତେବେ ଆଜି ସକାଳୁ ରୁକ୍ମଣୀ କୂଅକୁ ପାଣି ନେବାକୁ ଆସିଥିବାବେଳେ କଙ୍କା ହଠାତ ପଛପଟୁ ଏକ ଧାରୁଆ ଛୁରି ସାହାଯ୍ୟରେ ଆକ୍ରମଣ କରିଥିଲା l ତେବେ ରୁକ୍ମଣୀ ମୁହଁ ବୁଲାଇଦେବାରୁ ଛୁରୀ ବେକରେ ବାଜିନଥିଲା ଯୋଉଁଥିପାଇଁ ରୁକ୍ମଣୀ ଅଳ୍ପକେ ବର୍ତ୍ତିଯାଇ ଥିଲା l ହେଲେ ରୁକ୍ମଣୀର ମୁହଁରେ ଗଭୀର କ୍ଷତ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା l

ସେ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇ ପଡିଥିବାବେଳେ ସ୍ଥାନୀୟ ଲୋକ ତାକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ପଠାଇ ଦେଇଥିଲେ ଓ ଅଭିଯୁକ୍ତ ସ୍ୱାମୀ କଙ୍କାକୁ ଘଟଣା ସ୍ଥଳରେ ବାନ୍ଧି ଅଟକ ରଖି ପୁଲିସକୁ ଖବର ଦେଇଥିଲେ l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ସୂଚନାଯୋଗ୍ୟ କି କଙ୍କା ପୁର୍ବରୁ ମଧ୍ୟ ନିଜ ସ୍ତ୍ରୀ ରୁକ୍ମଣୀକୁ ଆକ୍ରମଣ ଉଦ୍ୟମ କରିଥିଲା l

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme