Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସ୍କୁଲ ବ୍ୟାଗରେ ଗଞ୍ଜେଇ ଚାଲାଣ, ଷ୍ଟେସନରୁ ମାଡ଼ି ବସିଲା ଜିଆରପି ଟିମ୍

Posted on October 31, 2025

ଗଞ୍ଜେଇ ଚାଲାଣକାରୀଙ୍କ ହବ୍‌ ପାଲଟିଛି ରାଉରକେଲା ରେଳଷ୍ଟେସନ। ଆର୍‌ପିଏଫ୍‌, ପାର୍ସଲ କର୍ମଚାରୀଙ୍କ ସହ ଭିତିରି ସଲାସୁତୁରା କରି ରାଉରକେଲାରୁ ଟ୍ରେନ୍‌ ଯୋଗେ ଦିଲ୍ଲୀ, ଝାଡ଼ଖଣ୍ଡ, ବିହାର ଆଦି ରାଜ୍ୟକୁ ଚାଲାଣ ହେଉଛି। ଗୁରୁବାର ସମ୍ବଲପୁର-ଜମୁତାୱି ଏକ୍ସପ୍ରେସ୍‌ରେ ଦିଲ୍ଲୀ ପଠାଯିବା ପୂର୍ବରୁ ମାଡ଼ି ବସିଛନ୍ତି ଜିଆର୍‌ପି ଟିମ୍‌। ଘଟଣାସ୍ଥଳରୁ ଚାଲାଣକାରୀ ଫେରାର ହୋଇଯାଇଛନ୍ତି। ଦୁଇଟି ପ୍ଲାଷ୍ଟିକ୍‌ ବସ୍ତାରୁ ୬୪ ପ୍ୟାକେଟ୍‌ ଗଞ୍ଜେଇ ଜବତ ହୋଇଛି। ଯାହାର ଓଜନ ୮୦ କେଜିରୁ ଅଧିକ ଏବଂ ଆନୁମାନିକ ବଜାରମୂଲ୍ୟ ପ୍ରାୟ ୨୦ ଲକ୍ଷରୁ ଅଧିକ ହେବ ବୋଲି ମାଜିଷ୍ଟ୍ରେଟ୍‌ ବିକାଶ ଭୋଇ କହିଛନ୍ତି। ଧରା ନ ପଡ଼ିବା ପାଇଁ ଗଞ୍ଜେଇ ପ୍ୟାକେଟ୍‌ଗୁଡ଼ିକୁ ସ୍କୁଲବ୍ୟାଗ୍‌ରେ ଭର୍ତ୍ତି କରାଯାଇଥିଲା। କେବଳ ସେତିକି ନୁହେଁ, ‌ବେପାରୀଜଣକ ସମ୍ବଲପୁରରୁ ଦିଲ୍ଲୀ ବୁକିଂ କରିଥିଲେ। ହେଲେ ଗଞ୍ଜେଇ ଲୋଡିଂ କରୁଥିଲେ ରାଉରକେଲା ଷ୍ଟେସନରୁ। ଏହି ଘଟଣା ପରେ ରାଉରକେଲାର ଜଣେ ପାର୍ସଲ କର୍ମଚାରୀ ଫେରାର ହୋଇଯାଇଛନ୍ତି। ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଆଧାରରେ ରାଉରକେଲା ରେଳବାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଚାଲାଣରେ କେତେକ ଆର୍‌ପିଏଫ୍‌ କର୍ମଚାରୀଙ୍କ ହାତଥିବା ସନ୍ଦେହ କରାଯାଉଛି।

ସୂଚନା ମୁତାବକ, କିଛି ଗଞ୍ଜେଇ ବେପାରୀ ଦିଲ୍ଲୀ ଚାଲାଣ ପୂର୍ବରୁ ରାଉରକେଲାର କୌଣସି ଏକ ସଂସ୍ଥାରେ ଦେଢ଼ କେଜିରୁ ଦୁଇ କେଜି ଲେଖାଏଁ ପ୍ୟାକେଟ୍‌ କରିଥିଲେ। ପ୍ୟାକେଟ୍‌ଗୁଡ଼ିକୁ ନୂଆ ସ୍କୁଲ୍‌ ବ୍ୟାଗ୍‌ରେ ଭର୍ତ୍ତି କରିବା ପରେ ୪ଟି ପେଟିରେ ରଖାଯାଇଥିଲା। ପାର୍ସଲ କର୍ମଚାରୀଙ୍କ ସହ ସଲାସୁତରା କରି ସେଗୁଡ଼ିକୁ ରାଉରକେଲା ପାର୍ସଲ ଗୋଦାମରେ ପହଞ୍ଚା ଯାଇଥିଲା। ଗୁରୁବାର ଅପରାହ୍ଣ ପ୍ରାୟ ୨ଟାରେ ସମ୍ବଲପୁର-ଜାମୁତାୱି ଏକ୍ସପ୍ରେସ୍‌ ରାଉରକେଲା‌ ଷ୍ଟେସନର ୪ ନଂବର ପ୍ଲାଟ୍‌ଫର୍ମରେ ଲାଗିଥିଲା। ଚାଲାଣକାରୀ ଟ୍ରଲିରେ ଗଞ୍ଜେଇ ବଣ୍ଡଲକୁ ରଖି ଟ୍ରେନ୍‌ରେ ଲୋଡିଂ ପାଇଁ ନେଉଥିଲେ। ହଠାତ୍‌ ସାଦାପୋଷାକରେ ଥିବା ରେଳବାଇ ପୁଲିସ ଓ ଆର୍‌ପିଏଫ୍‌ ଅଧିକାରୀଙ୍କୁ ଦେଖି ଟ୍ରଲି ଛାଡ଼ି ସେଠାରୁ ଫେରାର ହୋଇଯାଇଥିଲେ। ମାଜିଷ୍ଟ୍ରେଟ୍‌ ବିକାଶ ଭୋଇଙ୍କ ଉପସ୍ଥିତିରେ ବଣ୍ଡଲକୁ ଚିରି ଯାଞ୍ଚ କରିବାରୁ ସ୍କୁଲ୍‌ ବ୍ୟାଗ୍‌ ଭିତରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ମଧ୍ୟ ରାଉରକେଲା ଷ୍ଟେସନରେ ଗଞ୍ଜେଇ ଚାଲାଣ ବେଳେ ବହୁଥର ଧରାପଡ଼ିଛି। କୋରାପୁଟ, ରାୟଗଡ଼ା, କନ୍ଧମାଳ, ସମ୍ବଲପୁର, ରେଢ଼ାଖୋଲ ଆଦି ଅଞ୍ଚଳରୁ ଗଞ୍ଜେଇ ବସ୍‌ ଓ ଟ୍ରେନ୍‌ ଯୋଗେ ରାଉରକେଲାରେ ପହଞ୍ଚିୁଛି। ପୂର୍ବରୁ ଗଞ୍ଜେଇ ଚାଲାଣରେ ସହଯୋଗ ଅଭିଯୋଗରେ ଜଣେ ଆର୍‌ପିଏଫ୍‌ ଯବାନଙ୍କୁ ନିଲମ୍ବନ କରାଯାଇଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme