Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସ୍କୁଲ୍ ବସ୍ କୁ ଧକ୍କା ଦେଲା ଟ୍ରକ୍

Posted on January 13, 2026

ସ୍କୁଲ୍ ବସ୍ କୁ ଧକ୍କା ଦେଲା ଟ୍ରକ୍। ରଘୁନାଥପୁର ଥାନା ଅନ୍ତର୍ଗତ କଟକ-ପାରାଦ୍ଵୀପ ରାସ୍ତାର ଖଣ୍ଡତରି ହମ୍ପସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକେ ବସ୍ ଭିତରୁ ପିଲାମାନଙ୍କୁ ଉଦ୍ଧାର କରିଛନ୍ତି। ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଅଛନ୍ତି। ପୁଲିସ ଟ୍ରକ୍ ଓ ସ୍କୁଲ୍ ବସ୍ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୯ଟା ବେଳେ ରଘୁନାଥପୁର ନିକଟସ୍ଥ କଲରାବାଙ୍କ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ବସ୍ ୪୦ରୁ ଉର୍ଦ୍ଧ୍ଵ ପିଲାଙ୍କୁ ନେଇ ରାହାମାରୁ କଲରାବାଙ୍କ ଆସୁଥିଲା। କଟକ-ପାରାଦ୍ଵୀପ ରାସ୍ତାର ଖଣ୍ଡତରି ହମ୍ପସ୍ ନିକଟରେ ସ୍କୁଲ୍ ବସ୍ କୁ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍ ଭିତରେ ଥିବା ପିଲାମାନେ ଭୟରେ ପାଟି କରିଥିଲେ। ପିଲାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଆମ୍ବୁଲାନ୍ସ ସହାୟତାରେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ରଘୁନାଥପୁର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ଆହତ ଛାତ୍ରଛାତ୍ରୀମାନଙ୍କୁ ଚିକତ୍ସା କଲାପରେ ସମସ୍ତେ ସୁସ୍ଥ ଥିବା ଜଣାପଡିଛି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ସ୍କୁଲ ବସ୍ କୁ ପୁଲିସ ଜବତ କରି ତଦନ୍ତ ଚଳାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

October 2026
M T W T F S S
 1234
567891011
12131415161718
19202122232425
262728293031  
« Sep    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme