
ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କମଗରା ଗାଁ ବ୍ରାହ୍ମଣୀ ନଦୀ ସିରଙ୍ଗଧର ସେତୁ ଉପରେ ବାଇକ ଓ ସ୍କୁଟି ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ମାନେ ଢେଙ୍କାନାଳ ସଦର ଥାନା କେଉଟବେରେଣୀ ଗାଁର ହୋଇଥିବା ସୂଚନା। ମୃତ ଦୁଇ ବାଇକ ଆରୋହୀ ଢେଙ୍କାନାଳ ରୁ କାମାକ୍ଷାନଗର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଟି ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲେ। ତେବେ ଘଟଣା ସ୍ଥଳରେ ହିଁ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିଲା। ତେବେ ସ୍କୁଟି ଚାଳକ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଯାହାକୁ ନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
